Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଏସଡବ୍ଲୁ ଉପରେ ସାଙ୍ଘାତିକ ଅଭିଯୋଗ : କମ୍ପାନି ବିଷାକ୍ତ ପାଉଁଶ ପକାଇ ଜମିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି : ଏତେଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡରୁଛି ପୋଲିସ।

ରେଙ୍ଗାଲି, : ‌ଠେଲକୋଲୋଇ ଥାନା ଅନ୍ତର୍ଗତ ଖଡ଼ିଆପାଲି ଗ୍ରାମରେ ଥିବା ଗୌରାଙ୍ଗ ପଣ୍ଡା ଓ ସହଦେବ ପଣ୍ଡାଙ୍କ ଜମିରେ ଜେଏସ୍‌ଡବ୍ଲ୍ୟୁ କମ୍ପାନି ବିଷାକ୍ତ ପାଉଁଶ ପକାଇ ଜମିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଯଦ୍ବାରା ପରିବାର ପ୍ରତିପୋଷଣର ମୁଖ୍ୟ ମାଧ୍ୟମ ଏବେ ବାଧାପ୍ରାପ୍ତ ‌ହୋଇଛି। ଏସଂକ୍ରାନ୍ତରେ ଆଜି ଝାରସୁଗୁଡ଼ା ବମ୍ବେ ଛକର ଆଇନ୍‌ଜୀବୀ ବିକାଶ ପଣ୍ଡା ‌ଠେଲକୋଲୋଇ ଥାନାର ଦ୍ବାରସ୍ଥ ହୋଇ କମ୍ପାନି ବିରୋଧରେ ଏତଲା ଦେଇଛନ୍ତି। କିନ୍ତୁ ଇତି ମଧ୍ୟରେ 3ଦିନ ହୋଇ ଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହିଁ l
ଅଭିଯୋଗ ଅନୁସାରେ, ଜେଏସ୍‌ଡବ୍ଲ୍ୟୁ କୌଣସି ନୋଟିସ୍‌ ନଦେଇ ଏହି ପାଉଁଶ ପକାଇଥିବା ବେଳେ ଜମି ଆଉ ଚାଷଯୋଗ୍ୟ ହୋଇ ରହିନାହିଁ। ଜେଏସ୍‌ଡବ୍ଲ୍ୟୁ ଲୋକ ସମ୍ପର୍କ ବିଭାଗର ଅଧିକାରୀ ପ୍ରମୋଦ ପାତ୍ର ଶ୍ରୀ ପଣ୍ଡାଙ୍କ ଭାଇ ପ୍ରୀତମ୍‌ ପଣ୍ଡାଙ୍କୁ ଧମକ ଦେବା ସହିତ ପୁଲିସ୍‌ରେ ଅଭିଯୋଗ କଲେ ବି କୌଣସି ସୁଫଳ ହେବନି ବୋଲି କହିଥିବା ଏତଲାରେ ଉଲ୍ଳେଖ ରହିଛି। ଏସମ୍ପର୍କରେ ସେ ନିଜେ ଜେଏସ୍‌ଡବ୍‌ଲ୍ୟୁର ଉପ ସଭାପତି ଏସ୍‌ ଏନ୍‌ ସିଂଙ୍କ ପାଖକୁ ଯାଇ ଆଲୋଚନା କରି ଫେରିବା ପରେ ଜେଏସ୍‌ଡବ୍ଲ୍ୟୁ ବିରୋଧରେ କୌଣସି ମାମଲା ହେବନି ବୋଲି ଶ୍ରୀ ପାତ୍ର ତାଙ୍କୁ କହିଥିବା ଅଭିଯୋଗ ହୋଇଛି। ଯଦି ଏହି ଘଟଣାରେ ଜେଏସ୍‌ଡବ୍ଲ୍ୟୁ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ କୌଣସି ଅପ୍ରତୀକର ସ୍ଥିତି ଉପୁଜିଲେ ସେଥିପାଇଁ କମ୍ପାନି କର୍ତ୍ତୃପକ୍ଷ, ପୁଲିସ୍‌ ଓ ପ୍ରଶାସନ ଦାୟୀ ରହିବେ ବୋଲି ଅଭିଯୋଗକାରୀ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ଜେ ଏସ ଡବ୍ଲୁ କାରଖାନା ର ଡେନିସ ନାୟକ ମଧ୍ୟ ଏହି ଘଟଣା ରେ ସଂପୃକ୍ତି ଥିବା ର ଜନସାଧାରଣ ରେ ଚର୍ଚ୍ଚା ହେଉଛି। ପୋଲିସ ତାଙ୍କ ବିରୁଦ୍ଧ ରେ ମଧ୍ୟ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ଲୋକେ ଦାବୀ କରିଛନ୍ତି।
ପୋଲିସ ନିରୀହ ଜନତାଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଇଥାଏ କିନ୍ତୁ ଯେ ଏସ ଡବ୍ଲୁ କମ୍ପାନୀ ପ୍ରତି ଠେଲାକୋଳେଇ ପୋଲିସ କାହିଁକି ଅନୁକମ୍ପା ଦେଖାଉଚି ତାହା ଜଣାପଡୁନାହିଁ l ପୋଲିସ କୁ ହାତ ବାରିଶୀ କରି କମ୍ପାନୀ ନିଜ ଇଚ୍ଛା ରେ କାର୍ଯ୍ୟ କରିଚାଲିଛି। କମ୍ପାନୀ ବିରୁଦ୍ଧ ରେ ଯିବା ପାଇଁ ପୋଲିସ ମଧ୍ୟ ଭୟ କରୁଛି ବୋଲି ଲୋକେ କଥା ହେଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ