Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେବେ କାର୍ଯ୍ୟକ୍ଷମ ହେବ ଖପ୍ରାମାଲ ବିଜୁ ସେତୁ, ନିର୍ମାଣ ଅବଧି ର ୨ବର୍ଷ ବିତିଲା,ତଥାପି ହୋଇନି କାର୍ଯ୍ୟକ୍ଷମ।

କୋକସରା:୦୧/୦୨
ରାଜ୍ୟ ସରକାର ଗମନାଗମନ କ୍ଷେତ୍ରରେ ଜନ ସାଧାରଣ ଙ୍କୁ ସୁବିଧା ଯୋଗାଇ ଦେବାକୁ ସଡକ ସହ ବିଜୁ ସେତୁ ନିର୍ମାଣ କରି ଗ୍ରାମାଞ୍ଚଳରେ ଗମନାଗମନ କୁ ସରଳିକରଣ କରିବାକୁ ପ୍ରୟାସ ଜାରି ରଖିଥିବା ବେଳେ ଅନେକ ପ୍ରକଳ୍ପ ବିଭାଗୀୟ ଅଧିକାରୀ ଙ୍କ ଅପାରଗତା କାରଣ ରୁ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ନ ପାରି ଅଧପହନ୍ତରି ରହିଥିବା ଅଭିଯୋଗ ହେଉଛି। ସୂଚନା ଅନୁସାରେ କୋକସରା ବ୍ଲକ ମୂଷାପାଳି ପଞ୍ଚାୟତ ଖପ୍ରାମାଲ ଗ୍ରାମ ନିକଟରେ ବେହେରା ନଦୀ ଉପରେ ଅଞ୍ଚଳ ବାସୀ ଙ୍କ ଦୀର୍ଘବର୍ଷ ର ଦାବି ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସେତୁ ଯୋଜନାରେ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ବିଜୁ ସେତୁ ନିର୍ମାଣ ପାଇଁ ବିଭାଗୀୟ ଅନୁଦାନ ୪୭୬.୦୨ ଲକ୍ଷ ଟଙ୍କା ବ୍ୟୟ ବରାଦ ଅଟକଳ ରେ ସେତୁ ନିର୍ମାଣ ପାଇଁ ଜୈନିକ ଠିକାସଂସ୍ଥା କୁ ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ କାର୍ଯ୍ୟ ଆରମ୍ଭ ୨୦/୦୧/୨୦୨୦ ଓ କାର୍ଯ୍ୟ ଶେଷ ୧୯/୦୭/୨୦୨୧ ରହିଥିବା ସୂଚନା ଫଳକ ରେ ରହିଥିବା ବେଳେ ଅବଧି ର ୨ ବର୍ଷ ରୁ ଉର୍ଦ୍ଧ ସମୟ ପରେ ମଧ୍ୟ ବିଜୁ ସେତୁ କାର୍ଯ୍ୟକ୍ଷମ ହୋଇନାହିଁ। ଏହି ସେତୁ ଟି କାର୍ଯ୍ୟକ୍ଷମ ହେଲେ କୋକସରା ବ୍ଲକ ରୁ ଧର୍ମଗଡ଼, ନବରଙ୍ଗପୁର ଓ ପଡୋଶୀ ରାଜ୍ୟ ଛତିଶଗଡ଼ କୁ ଲୋକେ ଯାତାୟାତ ରେ ସୁବିଧା ପାଇବେ। ବିଜୁ ସେତୁ କାର୍ଯ୍ୟକ୍ଷମ ନେଇ ଧର୍ମଗଡ଼ ବିଭାଗୀୟ ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ମାଝୀ ଙ୍କୁ ପଚାରିବାରୁ ଗ୍ରାମବାସୀ ଓ ଠିକାସଂସ୍ଥା ମଧ୍ୟରେ ଜାଗା ସମସ୍ୟା କୁ ନେଇ ବିବାଦ ଯୋଗୁଁ କାର୍ଯ୍ୟ ବନ୍ଦ ରହିଛି,ଖୁବ ଶୀଘ୍ର ବିଜୁ ସେତୁ।କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories