Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।

କୋକସରା:୦୧/୦୨ କୋକସରା ବ୍ଲକ ସଦର ମହକୁମା ଠାରେ ଗୁରୁବାର କୋକସରା ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସଵ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ନବୀନ ଓଡିଶା କାର୍ଯ୍ୟକ୍ରମ କୋଡ଼ିନେଟର ବଦ୍ରୀ ନାରାୟଣ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ,ମହେନ୍ଦ୍ର ନେଗି, ସ୍ପୋର୍ଟସ କ୍ଲବ ର ସମ୍ପାଦକ କ୍ଷୀରସିନ୍ଧୁ ନେଗି, ମହେଶ ଗୁପ୍ତା ପ୍ରମୁଖ ଉପସ୍ଥିତ ରହି କ୍ରିକେଟ ତୁର୍ଣ୍ଣାମେଣ୍ଟ ର କ୍ରୀଡା ପଟକା ଉତ୍ତୋଳନ କରିବା ସହ ଉଦଘାଟନୀ ମ୍ୟାଚ ର ଦୁଇ ଟିମ ର ଖେଳାଳି, ଅମ୍ପିଆର ଓ ଖେଳ ପରିଚାଳନା ରେ ସହଯୋଗ କରୁଥଵା ସଦସ୍ୟ ଙ୍କ ସହ ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ପ୍ରଥମ ମ୍ୟାଚ ଫ୍ଲେମ ବଏଜ ଚିଲିଗୁଡା ଓ ୟଙ୍ଗ ଷ୍ଟାର ଖୁଟୁଲୁଗୁଡା ଟିମ ମଧ୍ୟରେ ଆରମ୍ଭ ହୋଇଥିବା ବେଳେ ଫ୍ଲେମ ବଏଜ ଚିଲିଗୁଡା ବିଜୟୀ ହୋଇଛନ୍ତି। ଦ୍ଵିତୀୟ ମ୍ୟାଚ ଚାରବାହାଲ ଓ ମୈଦାଲପୁର ଦଳ ମଧ୍ୟରେ ଜାରି ରହିଛି।ସ୍ପୋର୍ଟସ କ୍ଲବ ର ସଦସ୍ୟ ମୋହନ ବାଗ, କିଶନ ନାଏକ, ସୌମ୍ୟ ବେହେରା,ସୁବ୍ରତ ପୁଝାରି, ଜିତାମିତ୍ର ପ୍ରଧାନୀ, ଦେବେନ୍ଦ୍ର ନାଏକ,ଧିରଜ ନାଏକ ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।ଆସନ୍ତା ୧୧ ତାରିଖରେ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଖେଳ ଅନୁଷ୍ଠିତ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories