Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନ ଓଡିଶା କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ ହେଲେ ଓଡିଶା ଭାସ୍କର ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀ ରଞ୍ଜନ ବାଗ।

କୋକସରା:୦୨/୦୨
କଳାହାଣ୍ଡି ଜିଲ୍ଲା ଓଡ଼ିଶା ଭାସ୍କରର ଜିଲ୍ଲା ପ୍ରତିନିଧି ବରିଷ୍ଠ ସାମ୍ବାଦିକ।ଲକ୍ଷ୍ମୀ ରଞ୍ଜନ ବାଗଙ୍କୁ କଲମପୁର ବ୍ଲକ ପଞ୍ଚାୟତ ସ୍ତରୀୟ ନବୀନ ଓଡ଼ିଶା ଜନ ସଚେତନତା କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ନିର୍ବାଚିତ ଜନ ପ୍ରତିନିଧି ଓ ପ୍ରଶାସନିକ କର୍ମଚାରୀ ମାନଙ୍କ ସମେତ ଜନ ସାଧାରଣଙ୍କ ଉପସ୍ଥିତିରେ ଶ୍ରୀ ବାଗଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା, ଶ୍ରୀ ବାଗ ମେଲାପି ମିଷ୍ଟଭାଷୀ ଓ ପରୋପକାରୀ ଓ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଏହି ସମ୍ମାନ ପ୍ରଦାନ କରାଯାଇଛି।ପଞ୍ଚାୟତ ପ୍ରତିନିଧିତ୍ବରୁ ତାଙ୍କ ସାମ୍ବାଦିକତା ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବ୍ଳକ ଓ ବର୍ତ୍ତମାନ ଜିଲ୍ଲା ସ୍ତରର ପ୍ରତିନିଧିତ୍ଵ କରିଆସୁଛନ୍ତି,ସେ ଅନେକ ପତ୍ରପତ୍ରିକା ଓ ବୈଦ୍ୟୁତିକ ଗଣମାଧ୍ୟମରେ ନିଜ ନିଷ୍ଠାପର କାର୍ଯ୍ୟଦକ୍ଷତା ପ୍ରତିପାଦିତ କରିଆସିଥିବା ବେଳେ ଜଣେ ସାମ୍ବାଦିକ ଭାବେ ମଧ୍ୟ ଜିଲ୍ଲାରେ ନିଜର ସ୍ୱତନ୍ତ୍ର ପରିଚୟ ରଖିବାରେ ସକ୍ଷମ ହୋଇ ପାରିଛନ୍ତି, ଶ୍ରୀ ବାଗଙ୍କ ସମ୍ବର୍ଦ୍ଧନା ଖବର ମିଲିବା ପରେ ବିଭିନ୍ନ ମହଳରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories