Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ, ଓଡ଼ିଆ ଭାଷାର ଅସ୍ମିତା ଦୁର ପ୍ରସାରୀ ହେଉ।

କୋକସରା:୦୩/୦୧
ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷା ଓ ସାହିତ୍ୟ କୁ ବିଶ୍ୱ ସ୍ତରୀୟ ସ୍ଥାପିତ କରିବା ଓ ଓଡ଼ିଆ ଭାଷା ସାହିତ୍ୟ କୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ ଦିବସ ଭାବେ ପାଲନ କରାଯାଉଛି। ଏହି ପରିପ୍ରେକ୍ଷୀ ରେ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ଡିଗ୍ରୀ ମହାବିଦ୍ୟାଳୟ କୋକସରା ଅଶ୍ୱିନୀ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପୁଷ୍ପରାଜ ମେହେର,ତହସିଲଦାର ନବୀନ କିଶୋର ପାଢ଼ୀ, ସାହିତ୍ୟିକ ଲେଖକ ଅଧ୍ୟାପକ ମୋହନ ଚରଣ ବିଶି, ବିଇଓ ରଶ୍ମିତା ନେତମ ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଉତ୍କଳୀୟ ପରମ୍ପରା ର ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ ଭୁବନେଶ୍ୱର ରୁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ଦେଖା ଯାଇଥିଲା। ପରେ ଉପସ୍ଥିତ ସାହିତ୍ୟିକ,ଅଧ୍ୟାପକ ମାନେ ଓଡିଶା ର ଭାଷା,ସଂସ୍କୃତି ସାହିତ୍ୟ,କବି,ଲେଖକ, ସାହିତ୍ୟିକ, ଗାଳ୍ପିକ କୁ ନେଇ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଓଡ଼ିଆ ଭାଷାର ଅସ୍ମିତା ଦୁର ପ୍ରସାରୀ ହେଉ ବୋଲି କହିଥିଲେ।ଏହି ଅବସର ରେ ଭାଷା ଓ ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ରଖିଥିବା କୋକସରା ବ୍ଲକ ରୁ ସମ୍ବଲପୁର ଜ୍ୟୋତି ବିହାର ରେ ଓଡ଼ିଆ ବିଭାଗ ର ପ୍ରଫେସର ଥିବା ଡ଼. ଗୋପୀନାଥ ବାଗ, ପୂର୍ବାଞ୍ଚଳ ଭାଷାକେନ୍ଦ୍ର ଭୁବନେଶ୍ୱର ର ସହକାରୀ ପ୍ରାଧ୍ୟାପକ ଓଡ଼ିଆ ବିଭାଗ ଡକ୍ଟର ସଞ୍ଜୟ କୁମାର ବାଗ, ଲେଖକ ଚିନ୍ତାମଣି।ପଟେଲ, କବି ପଙ୍କଜ ମୁଖ ଚୌଧୁରୀ ଓ ଲୋକନାଥ ପଟ୍ଟନାୟକ ଓ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।।ମଞ୍ଚ ପରିଚାଳନା ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ବିଡ଼ିଓ ସ୍ନେହାପ୍ରଭା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ବ୍ଲକ ବିଏସଏସଓ ଦୀପକ କୁମାର ବେହେରା ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories