Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାନ ପୋଡ଼ାଗୁଡା ପଞ୍ଚାୟତ ରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ।

କୋକସରା:୦୨/୦୨
କୋକସରା ବ୍ଲକ ସାନ ପୋଡ଼ାଗୁଡା ପଞ୍ଚାୟତ ରେ ସରପଞ୍ଚ ଜୟରାମ ନାଗ ଙ୍କ ଅଧ୍ୟକ୍ଷତା ରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ମୁଖ୍ୟ ବକ୍ତା ଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଯୋଗାଣ ଅଧିକାରୀ ଜଗାରାମ ମୂର୍ମୁ, ସମିତି ସଭ୍ୟ ରାଜୀବ ଖମାରି, ଗୋତୋମୁଣ୍ଡା ସରପଞ୍ଚ ପଦ୍ମିନୀ ପୁଝାରି ମଞ୍ଚ ରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୁଗାନ୍ତକାରୀ, ଲୋକାଭିମୁଖୀ ଯୋଜନା ଉପରେ ଜନ ସାଧାରଣ ଙ୍କୁ ସୁଚିତ କରିଥିଲେ। ସଚେତନତା କାର୍ଯ୍ୟକ୍ରମ ରେ ବିଭିନ୍ନ ସରକାରୀ ବିଭାଗର ଷ୍ଟଲ ରେ ଲୋକଙ୍କୁ ରାଜ୍ୟ ସରକାରଙ୍କ ସରକାରୀ ସ୍ତରରେ ରହିଥିବା ଯୋଜନା ବିଷୟରେ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମ ପରିଶେଷରେ ଲୋଇସିଙ୍ଗା ବଜାସାଲ ସମ୍ବଲପୁରୀ ସାଂସ୍କୃତିକ ଗ୍ରୁପ ଓ ସ୍ଥାନୀୟ କଳାକାର ଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଦର୍ଶକ ମଜା ଉଠାଇଥିଲେ।।କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ର ମହିଳା କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା, ଅଙ୍ଗନୱାଡି କର୍ମି ସମେତ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ସାନ ପୋଡ଼ାଗୁଡା ପିଇଓ ଦାମୋଦର ବେମାଲ ଓ।ପଞ୍ଚାୟତ କର୍ମଚାରୀ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories