Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଆବାସିକ ବିଦ୍ୟାଳୟରେ ଦୁଃସାହାସିକ କ୍ୟାମ୍ପ ଅନୁଷ୍ଠିତ।

କୋକସରା:୦୪/୦୨
ଜୀନବ ସଂଘର୍ଷମୟ । ଏଣୁ ଏକ ସୁସ୍ଥ ତଥା ନିରାପଦ ଜୀବନ ବଞ୍ଚିବାକୁ ହେଲେ ବଞ୍ଚିବାର କଳା ଜାଣିବା ଆବଶ୍ୟକ । ବିଦ୍ୟାର୍ଥୀ ମାନଙ୍କୁ ବିଭିନ୍ନ ବିପଦମୟ ପରିବେଶରୁ ଉଦ୍ଧାର ପାଇବା ନିମନ୍ତେ ବିଭିନ୍ନ କୌଶଳ ଶିକ୍ଷା ଦେବା ଉଦ୍ଦେଶ୍ୟରେ ବିକାଶ ଆବାସିକ ବିଦ୍ୟାଳୟରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି “ଏଡଭାନଞ୍ଚରସ କ୍ୟାମ୍ପ” । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ହର୍ଜିନ୍ଦର୍ ସିଂ ବରିଷ୍ଠ ଓକିଲ ଓ ‘ପ୍ରେସିଡେଣ୍ଟ ଅଫ ଲିଗାଲ ଫ୍ରଣ୍ଟ ‘ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ସମ୍ମନିତ ଅତିଥିଭାବେ ଡ଼ ଅଜୟ ମିଶ୍ର , ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ଶ୍ୟାମ , ଅନ୍ୟତମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି. ରାମ କୁମାର, ଏକାଡେମିକ ଇନ୍ ଚାର୍ଜ ଶ୍ରୀମତୀ ଡି.ବିଜୟା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର, କ୍ଲାଇମ୍ବର ଏଣ୍ଡ ଏଡଭାନଞ୍ଚର୍ସ କ୍ଳବର ସଭାପତି ଶ୍ରୀଯୁକ୍ତ ଚିନ୍ମୟ ମହାରଣା ପ୍ରମୁଖ ଉପସ୍ଥିତ ରହି ତାଲିମାର୍ଥି ମାନଙ୍କୁ ପାଠ ସହିତ ଭବିଷ୍ୟତରେ ଜଣେ ସୁସ୍ଥ ନାଗରିକ ହେବାକୁ ହେଲେ ପ୍ରତ୍ୟେକଟି କ୍ଷେତ୍ରରେ ଉନ୍ନତି ଏକାନ୍ତ ଅପରିହାର୍ଯ୍ୟ ବୋଲି ଦିଗଦର୍ଶନ ଦେବା ସଙ୍ଗେ ସଙ୍ଗେ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା । ଏଥିରେ ବିକାଶ ଶିକ୍ଷାନୁଷ୍ଠାନ ସମେତ ଅନ୍ୟାନ୍ୟ ବିଦ୍ୟାଳୟର ପ୍ରାୟ ୨୭୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଦୁଃସାହସିକ କ୍ୟାମ୍ପକୁ ପରିଚାଳନା କରିବା ନିମନ୍ତେ ‘କ୍ଲାଇମ୍ବରସ ଏଣ୍ଡ ଏଡଭାନଞ୍ଚର୍ସ କ୍ଳବ ‘ର ଅଠର ଜଣ ପ୍ରଶିକ୍ଷକ ନିୟୋଜିତ ହୋଇଥିଲେ । କାର୍ଯ୍ୟକ୍ରମକୁ ସଫଲ୍ୟ ମଣ୍ଡିତ କରିବାରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀଙ୍କ ସହଯୋଗ ରହିଥିଲା।