Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଝି ଆକାଶରେ ଯାତ୍ରୀଙ୍କ ହଙ୍ଗାମା ଯୋଗୁ ଲଣ୍ଡନ ଯାଉଥିବା ବିମାନ ଦିଲ୍ଲୀ ଫେରି ଆସିଲା

ନୂଆଦିଲ୍ଲୀ: ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ କ୍ରୁ ସଦସ୍ୟଙ୍କ ସହ କଠୋର ଓ ଅନୈତିକ ଆଚରଣ କରିବାକୁ ବିମାନଟି ଅଧାରୁ ଦିଲ୍ଲୀ ଫେରି ଆସିଥିଲା। ତେବେ ଉଭୟଙ୍କ ମଧ୍ୟରେ ଉତ୍ତେଜନା ଏତେ ବଢିଗଲା ଯେ ବିମାନଟିକୁ ଦିଲ୍ଲୀ ଫେରିଯିବାକୁ ପଡ଼ିଲା। ଏ ନେଇ ଏୟାରଲାଇନ୍ସ ଦିଲ୍ଲୀ ବିମାନବନ୍ଦରରେ ଅଭିଯୋଗ କରିଥିଲା। ବିମାନ ଭିତରେ ଉତ୍ତେଜନା ସୃଷ୍ଟି କରିଥିବା ଯାତ୍ରୀଙ୍କୁ ପୋଲିସ ଗିରଫ କରିଛି।

ଏୟାର ଇଣ୍ଡିଆ ବିମାନ ସୋମବାର ସକାଳ ୬.୩୫ରେ ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲା। କିଛି ସମୟ ପରେ ଜଣେ ଯାତ୍ରୀ ବିମାନରେ ଝଗଡା ଆରମ୍ଭ କରିଥିଲେ। ପାଟିତୁଣ୍ଡ ମଧ୍ୟରେ କ୍ରୁ ସଦସ୍ୟଙ୍କୁ ଯାତ୍ରୀ ଜଣକ ଆକ୍ରମଣ ମଧ୍ୟ କରିଥିଲେ। ଯେଉଁଥିରେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଯାତ୍ରୀଙ୍କୁ ନିୟନ୍ତ୍ରଣ ବାହାରେ ଦେଖି ପାଇଲଟ ବିମାନକୁ ଦିଲ୍ଲୀ ଫେରାଇ ଆଣିବାକୁ ସ୍ଥିର କରାଯାଇଥିଲା।।

ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ ଯାତ୍ରୀଙ୍କୁ ଉତ୍ତେଜନା ସୃଷ୍ଟି କରିବା ଅଭିଯୋଗରେ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ଏଫଆଇଆର ପଞ୍ଜୀକୃତ କରିଛି ଏବଂ ଏ ନେଇ ଆଗକୁ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡ଼ିଛି। ଆଜି ଅପରାହ୍ନରେ ବିମାନ ପୁଣି ଲଣ୍ଡନ ଅଭିମୁଖେ ଯାତ୍ରା କରିବ ବୋଲି ସ୍ଥିର କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ