ନରୋତ୍ତମ ନାଏକ ମେମୋରିଆଲ କ୍ରିକେଟ୍ ଟୁନାର୍ମେଣ୍ଟ,ସର୍ଗିଗୁଡ଼ା ଦଳ ଚାମ୍ପିୟାନ

କୋକସରା:୦୫/୦୨
ଧର୍ମଗଡ଼ ବ୍ଲକ ମା ଠାକୁରାଣୀ କ୍ଲବ ତେଣ୍ଡାପାଳି ଯୁବକ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ନରୋତ୍ତମ ନାଏକ ମେମୋରିଆଲ କ୍ରିକେଟ୍ ଟୁନାର୍ମେଣ୍ଟ,୨୦୨୪ ଫାଇନାଲ ମ୍ୟାଚ୍ ସର୍ଗିଗୁଡା ଓ ପର୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।।ଏହି ଟୁର୍ଣ୍ଣାମେଣ୍ଟ ରେ ସର୍ଗିଗୁଡ଼ା ଦଳ ମ୍ୟାଚ ଚାମ୍ପିୟାନ ହୋଇଛନ୍ତି। ଉଦଯାପନି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଓ କଳାହାଣ୍ଡି ବିଜୁ ଜନତା ଦଳର ସଭାପତି ଶ୍ରଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓ ଓ ଧର୍ମଗଡ଼ ବିଜୁ ଜନତା ଦଳର ସଭାପତି ଶ୍ରଯୁକ୍ତ ମାନସ ରଞ୍ଜନ ବାଗ ଓ ତେଣ୍ଡାପାଲି ଗ୍ରା.ପ ସମିତି ସଭ୍ୟ ଶ୍ରୀଯୁକ୍ତ ସଞ୍ଜୀବ ପଣ୍ଡା ଓ ସମସ୍ତ ସନ୍ମାନିତ ଅତିଥି ଓ ସମସ୍ତ ଖେଳ ପ୍ରେମୀ ମାନଙ୍କୁ ଉପସ୍ଥିତ ରହି ଖେଳାଳି ଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ।ମା ଠାକୁରାଣୀ କ୍ଲବ ତେଣ୍ଡାପାଳି ର ସମସ୍ତ ସଦସ୍ୟ ମାନେ ଖେଳ ପରିଚାଳନା ରେ ସହଯୋଗ କରିଥିଲେ।