Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମି ଅଧିଗ୍ରହଣ କ୍ଷତିପୂରଣ ଦାବି, ବିଜୁ ଏକ୍ସପ୍ରେସ ୱେ ଅବରୋଧ କଲେ ହିତାଧିକାରୀ।

କୋକସରା:୦୭/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ରୁ ଧର୍ମଗଡ଼ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ର ଭୁର୍ଷାଗୁଡା ନିକଟରେ ବିଜୁ ଏକ୍ସପ୍ରେସ ପାଇଁ ଜମି ଅଧିଗ୍ରହଣ ପରେ ଦୀର୍ଘବର୍ଷ ପରେ ମଧ୍ୟ କ୍ଷତିପୂରଣ ରାଶି ନ ପାଇବାରୁ ବୁଧବାର ସକାଳ ୮ ଘଣ୍ଟା ରୁ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ପରିବାର ଲୋକେ ପକ୍ଷରୁ ସୋନୁ ମାଝୀ, ପରକ୍ଷୀତ ମାଝୀ, ଔରତ ମାଝୀ, ସାଧୁ ମାଝୀ ବନମାଳୀ ମାଝୀ,ରିକ ମାଝୀ, ସୋମନାଥ ମାଝୀ, ପୁରୁଷୋତ୍ତମ ମାଝୀ ସମେତ ତାଙ୍କ ପରିବାର ର ମହିଳା ପିଲାଛୁଆ ମାନେ ରାସ୍ତା ରେ କାଠ ପକାଇ ବସିରହି ରାସ୍ତା ଅବରୋଧ କରି ରଖିଥିଲେ।ଫଳରେ ବିଜୁ ଏକ୍ସପ୍ରେସ ୱେ ଦେଇ ଗାଡିମୋଟର ଚଳାଚଳ ବ୍ୟାହତ ହୋଇଥିଲା ।ଖବର ପାଇ ଘଟଣାସ୍ଥଳରେ ଆମପାଣି ଥାନା ଅଧିକାରୀ ଗଙ୍ଗାଧର ମେହେର, କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ପହଞ୍ଚି ଅବରୋଧକାରୀ ଙ୍କ ସହ ଆଲୋଚନା କରି ଜମି ଅଧିଗ୍ରହଣ ସମ୍ପର୍କିତ ସମସ୍ତ କାଗଜପତ୍ର ନେଇ ତହସିଲ କାର୍ଯ୍ୟାଳୟ କୁ ଆସିବାକୁ କହିବା ସହ ତଦନ୍ତ ପରେ କ୍ଷତିପୂରଣ ଅର୍ଥ ଦେବାକୁ ପ୍ରତିଶ୍ରୁତି ଦେବାପରେ ହିତାଧିକାରୀ ମାନେ ରାସ୍ତା ଅବରୋଧ ପ୍ରତ୍ୟାହୃତ କରିଥିଲେ। ରାସ୍ତା ଅବରୋଧ ଫଳରେ ବିଜୁ ଏକ୍ସପ୍ରେସ ୱେ ରେ ଦୀର୍ଘ ୩ ଘଣ୍ଟା ଧରି ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories