Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ପଞ୍ଚାୟତ ରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ।

କୋକସରା:୦୮/୦୨
କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ରେ ସରପଞ୍ଚ ନକୁଳ ନାଏକ ଙ୍କ ଅଧ୍ୟକ୍ଷତା ରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ବ୍ଲକ ଏକାଉଣ୍ଟଟେଣ୍ଟ ଅଶୋକ କୁମାର ସେଠୀ, ପୂର୍ବତନ ସରପଞ୍ଚ କଂହେଇ ଚରଣ ଦାସ, ଯୁବକବି ପଙ୍କଜ ମୁଖ ଚୌଧୁରୀ,ଭାରପ୍ରାପ୍ତ ଜିପିଇଓ ବିରଞ୍ଚି ଖରସେଲ,ନାଏବ ସରପଞ୍ଚ ଶୋଭାଗିନୀ ଚଣ୍ଡି ,ପିଇଓ ମାନସ ରଞ୍ଜନ ବେନୁପାଣି ମଞ୍ଚ ରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୁଗାନ୍ତକାରୀ, ଲୋକାଭିମୁଖୀ ଯୋଜନା ଉପରେ ଜନ ସାଧାରଣ ଙ୍କୁ ସୁଚିତ କରିଥିଲେ। ସଚେତନତା କାର୍ଯ୍ୟକ୍ରମ ରେ ବିଭିନ୍ନ ସରକାରୀ ବିଭାଗର ଷ୍ଟଲ ରେ ଲୋକଙ୍କୁ ରାଜ୍ୟ ସରକାରଙ୍କ ସରକାରୀ ସ୍ତରରେ ରହିଥିବା ଯୋଜନା ବିଷୟରେ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମ ରେ ଘୁମୁରା କଳାକାର ଓ ସ୍ଥାନୀୟ କଳାକାର ମାନେ ଓଡିଶୀ, ସମ୍ବଲପୁରୀ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ର ମହିଳା କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା, ଅଙ୍ଗନୱାଡି କର୍ମି ସମେତ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। କୃପାସିନ୍ଧୁ ନାଏକ।ମଞ୍ଚ ସଂଯୋଜନା କରିଥିଲେ । ଲଡୁଗାଁ ପିଇଓ ମାନସ ରଞ୍ଜନ ବେନୁପାଣି, ଜିଆରଏସ ବିରେନ୍ଦ୍ର କୁମାର ନାଏକ ଓ ପଞ୍ଚାୟତ କର୍ମଚାରୀ ମାନେ ସହଯୋଗ କରିଥିଲେ। ଯୋଗୀନ୍ଦ୍ର ହଂସ ମଞ୍ଚ ସଂଯୋଜନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories