Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଦା ମିଶା କଫି ପିଉଛନ୍ତି କି? ତେବେ ଜାଣନ୍ତୁ ଏହା କେତେ ସ୍ବାସ୍ଥ୍ୟପ୍ରଦ

ଆପଣ ନିଶ୍ଚିତ ଭାବରେ ଅଦା ଚା’ ପିଇଥିବେ। କିନ୍ତୁ ଆପଣ କେବେ କଫିରେ ଅଦା ପକାଇ ଟେଷ୍ଟ କରିଛନ୍ତି କି? ବାସ୍ତବରେ, ଅନେକ ଲୋକ ଚା ପରି କଫିରେ ଅଦା ପକାଇ ପିଇବାକୁ ପସନ୍ଦ କରନ୍ତି। ତେବେ ଏହା କେତେ ଦୂର ଠିକ୍‌, ଏବଂ ଏହା ସ୍ବାସ୍ଥ୍ୟପ୍ରଦ କି ନୁହେଁ?

କଫିରେ ଅଦା ପକାଇ ପିଇବା ଠିକ୍ କି?
ଯଦି ଆପଣ କଫିରେ ଅଦା ପକାଇ ପିଉଛନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ। କଫିରେ ଅଦା ପକାଇ ପିଇବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଅଦାରେ ଅନେକ ଔଷଧୀୟ ଗୁଣ ରହିଛି। ଅଦାକୁ ଆମେ ଆମ ନିୟମିତ ଖାଦ୍ୟରେ ବ୍ୟବହାର କରିଥାଉ। ଅଦା ଚା ’ପିଇବା ଦ୍ୱାରା ଥଣ୍ଡା ଏବଂ କାଶରୁ ମୁକ୍ତି ମିଳିଥାଏ। ସେହିଭଳି, ଯଦି ଆପଣ ନିଜ କଫିରେ ଅଦା ମିଶାଇ ପିଅନ୍ତି ତେବେ ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଭରି ରହିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହାକୁ ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଏବଂ ଆପଣଙ୍କୁ ରୋଗରୁ ରକ୍ଷା କରିଥାଏ। କାରଣ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ମଧ୍ୟ କହିଛନ୍ତି।
ଅଦା କଫି ପିଇବାର ଫାଇଦା
ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ
ଓଜନ ହ୍ରାସ କରିବାରେ ସାହାଯ୍ୟ କରେ
ଥଣ୍ଡା ଏବଂ କାଶରୁ ମୁକ୍ତି ପାଇପାରିବେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ