Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ବିଜେଡି ସଭାପତି ଭାବେ ପୁନର୍ବାର ସୁଶାନ୍ତ କୁମାର ବେହେରା ଙ୍କୁ ଦାୟିତ୍ୱ।

କୋକସରା:୦୯/୦୨
ରାଜ୍ୟ ସରକାରଙ୍କ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୧୩ବ୍ଲକ ର ବ୍ଲକ ସଭାପତି ଓ ୪ ଜଣ ସହରାଞ୍ଚଳ ସଭାପତି ଭାବେ ନିଯୁକ୍ତି କରିଥିବା ବେଳେ କୋକସରା ବ୍ଲକ ପାଇଁ ପୁଣିଥରେ ସୁଶାନ୍ତ କୁମାର ବେହେରା ଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି। ଶ୍ରୀ ବେହେରା ଦିର୍ଘ ୨୮ ବର୍ଷ ଧରି ଜନତା ଦଳ ଠାରୁ ଦଳ ର ଜଣେ ଶୃଙ୍ଖଳିତ କର୍ମି ଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି। ଯୁବ ସଭାପତି ଭାବେ ୨ ଥର ଓ ବ୍ଲକ ସଭାପତି ଭାବେ ଲଗାତାର ୫ ପାଳି ରହି ସେ ଦଲୀୟ ନେତୃବୃନ୍ଦ ଙ୍କ ନିକଟରେ ପ୍ରିୟଭାଜନ ହୋଇ ରହିଛନ୍ତି। ପୁଣିଥରେ କୋକସରା ବ୍ଲକ ର ଦଲୀୟ ନେତୃତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠାନିକ ସମ୍ପାଦକ।ପ୍ରଣବ ପ୍ରକାଶ ଦାସ ଙ୍କ ସମେତ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଓ ଦଲୀୟ ନେତୃବୃନ୍ଦ ଓ ସହକର୍ମୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ