Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଯୋଗଦେଲେ କୋଶଲି କବି ପଦ୍ମଶ୍ରୀ ହଳଧର ନାଗ।

କୋକସରା:୧୨/୦୨
ପଶ୍ଚିମ ଓଡ଼ିଶାର ସଂସ୍କୃତି,ପରମ୍ପରା,ଚଳଣି ମହାନ,ଆମର ଇଷ୍ଟ ଦେବୀ ମା ସମଳେଇ ଙ୍କ ମନ୍ଦିର କୁ ଭବ୍ୟ ନୂଆ ରୁପରେଖ ଓ ରୂପାନ୍ତରିତ କରିଥିବା ରୁ ମୁଁ ଓଡିଶା ସରକାର ନବୀନ ପଟ୍ଟନାୟକ ଙ୍କ ଠାରେ ଚିର କୃତଜ୍ଞ ବୋଲି ନିଜର ଅଭିଭାଷଣ ରେ କହିଥିଲେ ପଶ୍ଚିମ ଓଡ଼ିଶାର କୋଶଲି ଭାଷା କୁ ବିଶ୍ୱ ଦରବାରରେ ନେଇ ପହଞ୍ଚାଇ ଥିବା କବି ପଦ୍ମଶ୍ରୀ ହଳଧର ନାଗ।।ସୋମବାର କୋକସରା ବ୍ଲକ ର ଡୁଡୁକାଠେଙ୍ଗା ପଞ୍ଚାୟତ ଠାରେ ଆୟୋଜିତ ହୋଇଥିବା ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ର ସଚେତନତା କାର୍ଯ୍ୟକ୍ରମ।ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ହରିପ୍ରିୟା ନାଗ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ।ଧର୍ମଗଡ଼ ବିଧାୟକ ମୋୖଷଧି ବାଗ , ବିଶିଷ୍ଟ ଅତିଥି ରୂପେ ପଦ୍ମଶ୍ରୀ ଲୋକକବି ହଳଧର ନାଗ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଆତ୍ମା ଅଧ୍ୟକ୍ଷ କୋକସରା ବ୍ଲକ ଋତୁରାଜ ମାଝୀ,ନୋଡାଲ ଅଧିକାରୀ କନିଷ୍ଠ ଯନ୍ତ୍ରୀ ଅମ୍ବିକା ମାଝୀ, ସମିତି ସଭ୍ୟା ପାର୍ବତୀ ବାଗ, ନାଏବ ସରପଞ୍ଚ।ଖଗେଶ୍ୱର ବାଣୁଆ, ପୂର୍ବତନ ସରପଞ୍ଚ ବନମାଳୀ ବାଗ, ଡାଲିମ୍ବ ନାଏକ, ସବିତା ବାଣୁଆ ଉପସ୍ଥିତ ରହି ବିଜେଡି ସରକାର ଙ୍କ ବିକାଶ, ଲୋକାଭିମୁଖୀ ଓ ଦୁର ପ୍ରସାରି ଯୋଜନା ଉପରେ କହିଥିଲେ। ଏହି ଅବସର ରେ ଉତ୍ସର୍ଗୀକୃତ ମନୋଭାବ ପାଇଁ ଡୁଡୁକାଠେଙ୍ଗା ଉଚ୍ଚ ବିଦ୍ୟାଳୟ ପାଇଁ ଜମି ଦାନ କରିଥିବା ଦୁଇ ମହିୟସୀ ବୃଦ୍ଧା ମହିଳା ପୁର୍ଣି ମୁଲକିଆ ଓ ବେଳମତି ମାଝୀ, ପଞ୍ଚାୟତ ପାଇଁ ଜମି ଦାନ କରିଥିବା ବନମାଳୀ ବାଗ, ଗାଁ ଗୌନ୍ତିଆ ଦିଗାମ୍ବର ନାଗ, ପୂର୍ବତନ ମହିଳା ସରପଞ୍ଚ ଡାଲିମ୍ବ ନାଏକ, ସବିତା ବାଣୁଆ,ଆଦର୍ଶ ଶିକ୍ଷକ କୁମୁଦ ଚଣ୍ଡି, ସମାଜସେବୀ ଖଗେଶ୍ବର ପାଣିଗ୍ରାହୀ, ମଣିରାମ ବାଣୁଆ ଓ ବରିଷ୍ଠ ସାମ୍ବାଦିକ ପ୍ରମେୟ ସନତ କୁମାର ପ୍ରଧାନୀ, ଯୁବ ସାମ୍ବାଦିକ ଦୁଷ୍ମନ୍ତ।ପାଟଯୋଶୀ, ଜଗଦୀଶ ନାଏକ ଓ ହିରଣ୍ୟ ବେହେରା ଓ ମଞ୍ଚ ପରିଚାଳକ କ୍ଷୀରସିନ୍ଧୁ ବାଣୁଆ ଙ୍କୁ ପଞ୍ଚାୟତ ପକ୍ଷରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା। ପରେ ସ୍ଥାନୀୟ ଛାତ୍ରଛାତ୍ରୀ ଓ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନା କ୍ଷୀରସିନ୍ଧୁ ବାଣୁଆ କରିଥିବା ବେଳେ ଖଗେଶ୍ବର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ର ମହିଳା କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ଅଙ୍ଗନୱାଡି କର୍ମି ଓ ସରକାରୀ ବିଭାଗ ର ଷ୍ଟଲ ରେ ମିଲେଟ।ଉତ୍ପାଦିତ ଖାଦ୍ୟ ସାମଗ୍ରୀ ଓ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଲୋକଙ୍କୁ ସୂଚନା ଦେଇଥିଲେ। ପଞ୍ଚାୟତ ପିଇଓ କିଶୋର ନାଏକ, ଜିଆରଏସ ଶିବରାମ ଗହୀର ଓ।କର୍ମଚାରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।