Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଠାରେ “ଯଶସ୍ବୀ ଯତୀନ୍ଦ୍ର” ସ୍ମରଣିକା ର ଉନ୍ମୋଚନ ଉତ୍ସଵ।

କଳାହାଣ୍ଡି:୧୩/୦୨ ବର୍ତ୍ତମାନର ବୈଶ୍ବିକ ପରିବେଶରେ ଆଧ୍ୟାତ୍ମିକତାର ଉତ୍ଥାନର ବହୁ ଆବଶ୍ୟକତା ରହିଛି ବୋଲି ଡ଼ା ଯତୀନ୍ଦ୍ର ମୋହନ ପୂଜାରୀଙ୍କ ପ୍ରଥମ ବାର୍ଷିକୀ ଅବସରରେ “ଯଶସ୍ବୀ ଯତୀନ୍ଦ୍ର” ସ୍ମରଣିକା ର ଉନ୍ମୋଚନ ଅବସରରେ ବକ୍ତାଗଣ କହିଛନ୍ତି। ସମ୍ବଲପୁର ପବ୍ଲିକ ଲାଇବ୍ରେରୀରେ ଅର୍ଜୁନ ରଂଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ପୂର୍ବତନ କୁଳପତି ପ୍ର. ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ ଅଧୁନା ୧୫ରୁ ଅଧିକ ଦେଶ ଯୁଦ୍ଧରେ ସଂଶ୍ଲିଷ୍ଟ ଅଛନ୍ତି। କୋଣ ଅନୁକୋଣରେ ହିଂସା ଓ ନକାରାତ୍ମକତା ଭରି ରହିଛି । ଆଧ୍ୟାତ୍ମିକତାର ବିକାଶ ଦ୍ବାରା ହିଁ ଏ ବ୍ୟାଧିକୁ ଦୂର କରିହେବ । ଡ଼ା ଯତୀନ୍ଦ୍ର ମୋହନ ପୂଜାରୀ ଧଳା ପୋଷାକରେ ଜଣେ ସାଧୁ ଥିଲେ । ଅର୍ଥାତ୍ ସାଂସାରିକ ଓ ସାମାଜିକ ଜୀବନ ଯାପନ ମଧ୍ୟରେ ସୁଦ୍ଧା ଆଧ୍ୟାତ୍ମିକତା ସହିତ ଯୋଡି ହୋଇଥିଲେ।
ପ୍ର. ଶଙ୍କର ପ୍ରସାଦ ପତି କହିଲେ ଯେ ଜଣେ ମହାନ ପିତାଙ୍କ ଯୋଗ୍ୟ ସନ୍ତାନ ଭାବରେ ସେ ଗୀତା ଗୁଡ଼ି ଓ କଲ୍ୟାଣ ଆଶ୍ରମର ତତ୍ତ୍ବ ନେବା ସହିତ ଡ଼ା ଜନାର୍ଦ୍ଦନ ପୂଜାରୀ ଗ୍ରନ୍ଥାବଳୀ ପ୍ରକାଶନ କରି ମହାନ କାର୍ଯ୍ୟ କରିଥିଲେ ।
ପଦ୍ମଶ୍ରୀ ପ୍ରାପ୍ତ କରିବାକୁ ଯାଉଥିବା କବି ବିନୋଦ ପଶାୟତ କହିଲେ ଯତୀନ୍ଦ୍ର ମୋହନ ପୂଜାରୀ ଜଣେ ମହାନ ଆତ୍ମା ଥିଲେ । ତାଙ୍କର ବିୟୋଗ ଅପୂରଣୀୟ କ୍ଷତି ଅଟେ ।
ଡଃ ନାରାୟଣୀ ପଣ୍ଡା, ଡଃ ଜୟଦେବ ଡନସନା, ଅରବିନ୍ଦ ମହାପାତ୍ର, ଧ୍ରୁବ ପଣ୍ଡା,ଡଃ. ଗୁଣ ସାଗର ଦାଶ, ଗୈ।ରୀଦାସ ପଧାନ, ଦୀପକ ପୂଜାରୀ ପ୍ରମୁଖ ମଧ୍ୟ ବକ୍ତବ୍ୟ ରଖିଥିଲେ। ଦୀପକ କୁମାର ପଣ୍ଡା ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories