Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ମହାବିଦ୍ୟାଳୟ ପୁରାତନ ବିଦ୍ୟାର୍ଥୀ ସଂଘ ବୈଠକ।

ଗୋପାଳପୁର ମହାବିଦ୍ୟାଳୟ ପୁରାତନ ବିଦ୍ୟାର୍ଥୀ ସଂଘ ର ଏକ ବୈଠକ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ରାମପ୍ରସାଦ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ମୋ କଲେଜ ଅଭିଯାନ କୁ ମହାବିଦ୍ୟାଳୟ ରେ ବ୍ୟାପକ କରାଇବା ସହ ଏଥିରେ ସମସ୍ତ ପୁରାତନ ବିଦ୍ୟାର୍ଥୀ ମାନଙ୍କୁ ଏଥିରେ ଅଧିକରୁ ଅଧିକ ସାମିଲ କରାଇବା ଉପରେ ଆଲୋଚନା କରାଯାଇଥିଲା।ଏଥି ସହ ଆସନ୍ତା ୨୩ ତାରିଖରେ ମହାବିଦ୍ୟାଳୟ ପୁରାତନ ବିଦ୍ୟାର୍ଥୀ ସଂଘ ର ଏକ ସାଧାରଣ ସଭାରେ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ଦିନ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ଼ ଗୋପବନ୍ଧୁ ଦାସ ଙ୍କ ସମେତ ଉଚ୍ଚଶିକ୍ଷା ବିଭାଗ ଉପ ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀ କାନ୍ତ ତ୍ରିପାଠୀ ଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ ଅବସରପ୍ରାପ୍ତ ଅଧ୍ୟକ୍ଷ ଙ୍କ ସମେତ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ମଧ୍ୟ କାର୍ଯ୍ୟକ୍ରମ ରେ ସାମିଲ କରାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ପୁରାତନ ବିଦ୍ୟାର୍ଥୀ ସଂଘ ସଭାପତି ତଥା ଗୋପାଳପୁର ଏନ ଏ ସି ଅଧ୍ୟକ୍ଷ ଏ ଜାନକୀ ରାମ, ସମ୍ପାଦକ ରାଜିବ ଲୋଚନ ମିଶ୍ର,ସହ ସମ୍ପାଦିକା ରମିଳା ଦାସ , ରାଜେନ୍ଦ୍ର ଚୌଧୁରୀ,ପି କ୍ରିଷ୍ଣା ଙ୍କ ସମେତ ଶିକ୍ଷକ ଡ଼ ଲକ୍ଷ୍ମଣ ପାଳ, ଡ଼ ମନୋଜ ପଟ୍ଟନାୟକ,ଗିରିଶ ଚନ୍ଦ୍ର ବେହେରା, ଆଶୁତୋଷ ଷଡ଼ଙ୍ଗୀ, ରାମଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ