Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିମା ପଞ୍ଚାୟତ ସ୍ତରୀୟ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ।

କୋକସରା:୧୩/୦୨
ଆଜି କୋକସରା ବ୍ଲକ ମହିମା ପଞ୍ଚାୟତ ସ୍ତରୀୟ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ର ଶେଷ କାର୍ଯ୍ୟକ୍ରମ ଡେଙ୍ଗାଗୁଡା ଗ୍ରାମ ରେ ସରପଞ୍ଚ ଇଶରାମ କୋଲଥିଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ମୁଖ୍ୟ ବକ୍ତା ଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସମ୍ମାନିତ ଅତିଥି ଭାବେ ବ୍ଲକ କୃଷି ଆତ୍ମା କମିଟିର ଅଧ୍ୟକ୍ଷ ଋତୁରାଜ ମାଝୀ,ସମିତି ସଭ୍ୟ ଘନଶ୍ୟାମ ନାଏକ, ସମାଜସେବୀ ସୁଶୀଲ ଅଗ୍ରୱାଲ, ନବୀନ ଓଡିଶା ବ୍ଲକ ସଂଯୋଜକ ଦୀନକୃଷ୍ଣ କୋଲଥିଆ,ନାଏବ ସରପଞ୍ଚ ସୁମତି ବାଗ, ପୂର୍ବତନ ସରପଞ୍ଚ ଜୟସିଂ ମାଝୀ, କ୍ଷେତୁରାମ ପାତ୍ର,ପୂର୍ବତନ ସମିତି ସଭ୍ୟ ଗୋବିନ୍ଦ ନାଏକ ଓ ପଞ୍ଚାୟତ ର ୱାର୍ଡ଼ ସଭ୍ୟ ସଭ୍ୟା ମଞ୍ଚ ରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ରହିଥିବା ଲୋକାଭିମୁଖୀ ଓ ଗ୍ରାମାଞ୍ଚଳରେ ବିକାଶ ଯୋଜନା ଉପରେ ସୂଚନା ଦେଇଥିଲେ। ଏଲଇଡି ଟିଭି ମାଧ୍ୟମରେ ରାଜ୍ୟ ସରକାରଙ୍କ ରୂପାନ୍ତରିତ ଯୋଜନା ପ୍ରଦର୍ଶିତ ହୋଇଥିଲା। ତେବେ ମଞ୍ଚ ରେ ଉପସ୍ଥିତ ଥିବା ଭଦ୍ରବ୍ୟକ୍ତି ଶଶୀ ଭୂଷଣ ମାଝୀ ଓ ସମିତି ସଭ୍ୟ ଘନଶ୍ୟାମ ନାଏକ ମହିମା ପଞ୍ଚାୟତ କୁ ଲକ୍ଷ୍ମୀ ବସ ସେବା ମିଳୁନଥିବା ଓ ଡେଙ୍ଗାଗୁଡା ରୁ ଟେମରା ରାସ୍ତା ଦିର୍ଘ ଦଶନ୍ଧି ପରେ ମଧ୍ୟ ଅବହେଳିତ ହୋଇ ରହିଥିବା ନେଇ ଅଭିଯୋଗ କରିଥିଲେ। ପରେ ସ୍ଥାନୀୟ ଛାତ୍ରଛାତ୍ରୀ ଓ ଲୋକ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ମଞ୍ଚ ସଂଯୋଜନା ଶରତ ଚନ୍ଦ୍ର ନାଏକ କରିଥିବା ବେଳେ ମିଶନ ଶକ୍ତି ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ମାଣ୍ଡିଆ ଉତ୍ପାଦିତ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ କରିଥିଲେ।ପଞ୍ଚାୟତ ପିଇଓ ଓମ ଜଗଦୀଶ ଯାନୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories