Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ

ମହାରାଷ୍ଟ୍ର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସୋମବାର ସନ୍ଧ୍ୟାରେ ହତ୍ୟା ଧମକ ମିଳିଛି। ଖବର ଅନୁଯାୟୀ, ଜଣେ ଅଜ୍ଞାତ ବ୍ୟକ୍ତି ମହାରାଷ୍ଟ୍ର ପୋଲିସର କଣ୍ଟ୍ରୋଲ ରୁମକୁ କଲ୍‌ କରି “ମୁଁ ଏକନାଥ ସିନ୍ଦେଙ୍କୁ ଉଡ଼ାଇ ଦେବି” ବୋଲି କହିଛି।

ଧମକପୂର୍ଣ୍ଣ କଲ ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲ୍‌ କରିଥିବା ବ୍ୟକ୍ତିଙ୍କ ପତ୍ତା ଲଗାଇବା ଆରମ୍ଭ କରିଥିଲା। କଲ୍ କରିଥିବା ବ୍ୟକ୍ତିର ଲୋକେସନ ଟ୍ରାସ୍ କରି ପୁଣେ ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ବ୍ୟକ୍ତିର ନାଁ ରାଜେଶ ଆଗାୱନେ। ପୁଣେର ୱାରଜେ ଅଞ୍ଚଳରୁ ତାକୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ କଲ୍‌ କରୁଥିବା ସମୟରେ ବ୍ୟକ୍ତି ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥିବ ଜଣାପଡ଼ିଛି। ନିଶାରେ ଥିବା ବେଳେ ସେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ