Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା।

କୋକସରା:୧୬/୦୨
କୋକସରା ବ୍ଲକ ଲଡୁଗାଁ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କୁ ମାଟ୍ରିକ ପରୀକ୍ଷା ପୂର୍ବରୁ ନବମ ଶ୍ରେଣୀ ଓ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖି ସଫଳତା ର ଶୁଭେଚ୍ଛା ଜଣାଇବା ସହ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ ଙ୍କ ସଭାପତିତ୍ୱ ରେ ବରିଷ୍ଠ ଶିକ୍ଷକ ବୁଦ୍ଧିରାମ ନାଏକ, ଆଶିଷ କୁମାର ପଟେଲ,ନିରଞ୍ଜନ ନିଆଲ,ବବୃ ବାହାନ ଛାତ୍ରୀଆ,ଡମ୍ବରୁ ଧର ନାଏକ, ସରୋଜ କୁମାର ସାହୁ,ମାମିନା ଚୌଧୁରୀ, ରେଣୁକା ସାହୁ,ସ୍ମୃତି ମୟୀ ଦୁର୍ଗା,ମାନସ ରଞ୍ଜନ ମେହେର,ଶିଵ ଶବର, କରୁଣାକର କୁଆର,ମୁକେଶ ମେହେର, ନିରୋଜ ବିଶ୍ୱାଳ,ରଞ୍ଜନ ନାଏକ, ଶୁଭାସିନି ଦାସ,ସୁଶୀଲ କୁମାର ସାହୁ,ଶିତାରାମ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଦିର୍ଘ ବର୍ଷ ଧରି ସ୍କୁଲ ରେ ପାଠ ପଢିବା, ସହପାଠୀ,ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ ଙ୍କ ଠାରୁ ପାଇଥିବା ସ୍ନେହ ଶ୍ରଦ୍ଧା ଭଲ ପାଇବା କୁ ମନେ ପକାଇ ଛାତ୍ରଛାତ୍ରୀ ମାନେ କୋହ ସମ୍ଭାଳି ନପାରି ନିଜ ସ୍କୁଲ ରୁ ବିଦାୟ ବେଳା ରେ ଅଶ୍ରୁଳ ନୟନ ରେ ବିଦାୟ ନେଇଥିଲେ। କାର୍ଯ୍ୟକ୍ରମ କୁ ଅକ୍ଷୟ କୁମାର ନାଏକ, ବିରଞ୍ଚି ସାହୁ,ସନ୍ତୋଷ ବେଶ୍ରା ସହଯୋଗ କରିଥିବା ବେଳେ ଶିକ୍ଷକ ବୁଦ୍ଧିରାମ ନାଏକ ମଞ୍ଚ ସଂଯୋଜନା କରିଥିଲେ। ଶିକ୍ଷୟିତ୍ରୀ ରେଣୁକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories