Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଡୋକାରିଚଞ୍ଚରା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ଉଦଘାଟନ କଲେ ବିଧାୟକ।

କୋକସରା:୧୯/୦୨
କୋକସରା ବ୍ଲକ ସଦର ମହକୁମାଠାରୁ ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା କୁ ଅନେକ ବର୍ଷ ଧରି ରାସ୍ତା ପାଇଁ ଅଞ୍ଚଳବାସୀ ପ୍ରଶାସନ ଓ ଜନ ପ୍ରତିନିଧି ଙ୍କ ଠାରେ ଦାବି କରି ଆସୁଥିଲେ। ଧର୍ମଗଡ଼ ବିଧାୟକ ମୋୖଷଧି ଏନେଇ ପୂର୍ତ୍ତ ବିଭାଗ ଙ୍କୁ ରାସ୍ତା ନିର୍ମାଣ ପାଇଁ ଚିଠି ଲେଖି ଅଞ୍ଚଳବାସୀ ଙ୍କ ଦାବି ଉପସ୍ଥାପନ କରଥିଲେ। ବିଧାୟକ ଙ୍କ ଉଦ୍ୟମ କ୍ରମେ ରାସ୍ତା ଟି ଅନୁମୋଦନ ହୋଇଥିବା ବେଳେ ସୋମବାର ପୂର୍ତ୍ତ ବିଭାଗ ପକ୍ଷରୁ ଏହି ରାସ୍ତା ର କାର୍ଯ୍ୟ ଆରମ୍ଭ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଏହି ରାସ୍ତା କାର୍ଯ୍ୟ ର ଶୁଭ ଉଦଘାଟନ କରିଛନ୍ତି। ୨୨ କିମି ଏହି ରାସ୍ତା କୋକସରା, ମାଝୀଗୁଡା, ଦାବ୍ରିଗୁଡା, ହଂସପଡା, ମହିମା, ଭୁର୍ଷାଗୁଡା, ଘଣ୍ଟିଗୁଡା, ଖଲିଗଡ଼ ଦେଇ ଡୋକାରିଚଞ୍ଚରା କୁ ସଂଯୋଗ କରିବ। ଏହି ରାସ୍ତା ନିର୍ମାଣ ହେଲେ ପର୍ଯ୍ୟଟନ ସ୍ଥଳୀ କୁ ଆସୁଥିବା ପର୍ଯ୍ୟଟକ ସମେତ ଅଞ୍ଚଳବାସୀ ମଧ୍ୟ ଉପକୃତ ହେବେ। ଆଜି କାର୍ଯ୍ୟ ଶୁଭାରମ୍ଭ ସମୟରେ ବିଧାୟକ ଶ୍ରୀ ବାଗ, ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକ, ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ବିଜେଡି ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼, ଛାତ୍ର ସଭାପତି ମାନସ ବେହେରା, ପ୍ରମୋଦ ଦାସ, ରମେଶ ଦୁର୍ଗା, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ନବ ବେହେରା ଓ ଦଲୀୟ କର୍ମକର୍ତ୍ତା।ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories