Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କେନ୍ଦ୍ରାପଡ଼ା ଜିଲ୍ଲା ର ଯୁବ କଂଗ୍ରେସ ପ୍ରଭାରୀ ନିଯୁକ୍ତ ହେଲେ ବେଣୁପାଣି ଦୁର୍ଗା ।

କୋକସରା:୨୦/୦୨
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଜୟପାଟଣା ବ୍ଲକ ରଣମାଲ ପଞ୍ଚାୟତ ଭୂର୍ଶିଗୁଡ଼ା ଗାଁ କଂଗ୍ରେସ ଯୁବନେତା ବେଣୁପାଣି ଦୁର୍ଗା ଙ୍କୁ।କେନ୍ଦ୍ରାପଡ଼ା ଜିଲ୍ଲାର ଯୁବ କଂଗ୍ରେସ ର ପ୍ରଭାରୀ ଭାବେ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଙ୍କ ଅନୁମୋଦନ କ୍ରମେ ଦାୟିତ୍ଵ ମିଳିଛି । ଏହା ପୂର୍ବରୁ ଶ୍ରୀ ଦୁର୍ଗା ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ ର ଛାତ୍ର ସଙ୍ଘର ସଭାପତି, ଜିଲ୍ଲା ଯୁବ କଂଗ୍ରେସର ପ୍ରବକ୍ତା ଓ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ଆସିଛନ୍ତି । କଂଗ୍ରେସ ଦଳ ରେ ରହି ବିଭିନ୍ନ ସମୟରେ ଅଞ୍ଚଳ ର ଚାଷୀ ଙ୍କ ସମସ୍ୟା କୁ ନେଇ ରାଜରାସ୍ତା ରେ ଆନ୍ଦୋଳନ କରି ଚାଷୀ ଙ୍କୁ ନ୍ୟାୟ ଦେବାରେ,ଖଟିଖିଆ ସଧାରଣ ଲୋକଙ୍କ ସମସ୍ୟା କୁ ନେଇ ସରକାରୀ କାର୍ଯ୍ୟାଳୟ ରେ ଅଧିକାରୀ ଙ୍କୁ ସମାଧାନ କରିବାରେ ଓ ଦଳରେ ଯୁବ କର୍ମକର୍ତ୍ତା ଙ୍କୁ ସଙ୍ଗଠିତ କରିବାରେ ତାଙ୍କ ର ପ୍ରମୁଖ ଭୂମିକା ରହିଛି। କେନ୍ଦ୍ରାପଡ଼ା ଜିଲ୍ଲା ଯୁବ କଂଗ୍ରେସ ପ୍ରଭାରୀ ଭାବେ ଦାୟିତ୍ୱ ମିଳିବା ପରେ ସେ ଆଗାମୀ ଦିନରେ ଓଡିଶାର ଯୁବକଙ୍କ ର ହକ୍ ଅଧିକାର ନ୍ୟାର୍ଯ୍ୟ ଦାବି ପାଇଁ ଲଢେଇ ଜୋରଦାର ଜାରି ରଖିବା ସ‌ହ ଯୁବକମାନଙ୍କୁ କଂଗ୍ରେସ ପ୍ରତି ଆକୃଷ୍ଟ କରାଇ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।।ଏହି ଗୁରୁ ଦାଇତ୍ୱ ମିଳିବା ପରେ ସେ କଂଗ୍ରେସ ଦଳ ର ନେତୃବୃନ୍ଦ ଙ୍କୁ କୃତଜ୍ଞତା ଜଣାଇଛନ୍ତି।ଏହି ଖବର ଶୁଣିବା ପରେ ଦଲୀୟ ରାଜନୀତି ରେ ପ୍ରତିବଦ୍ଧତା ପାଇଁ ତାଙ୍କ ସମର୍ଥକ ଓ ଅଞ୍ଚଲବାସି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।