Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପେନସନ ଯୋଜନାରେ ବର୍ଦ୍ଧିତ ଭତ୍ତା ବଣ୍ଟନ ଶୁଭାରମ୍ଭ କଲେ ଧର୍ମଗଡ଼ ବିଧାୟକ।

କୋକସରା:୨୦/୦୨
ରାଜ୍ୟ ସରକାର ଙ୍କ।ପକ୍ଷରୁ ରାଜ୍ୟରେ ମିଳୁଥିବା ମଧୁବାବୁ ପେନସନ ଓ ଏନଏସଏପି ପେନସନ ଯୋଜନା ର ରାଶି ବର୍ଦ୍ଧିତ କରିଥିବା ବେଳେ ମଙ୍ଗଳବାର କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ହିତାଧିକାରୀ ଙ୍କୁ ନୂତନ ବର୍ଦ୍ଧିତ ପେନସନ ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସର ରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ମାଝୀଗୁଡା ପଞ୍ଚାୟତ ଠାରେ ହିତାଧିକାରୀ ଙ୍କୁ ନୂତନ ବର୍ଦ୍ଧିତ ଟଙ୍କା ପ୍ରଦାନ କରିଛନ୍ତି। ପୂର୍ବରୁ ୫ ଶହ ପାଉଥିବା ହିତାଧିକାରୀ ଙ୍କୁ ୧ ହଜାର, ୮୦ ବର୍ଷ ରୁ ଉର୍ଦ୍ଧ ୭ ଶହ ପାଉଥିବା ହିତାଧିକାରୀ ଙ୍କୁ ୧୨ ଶହ ଓ ୬୦ ରୁ ଅଧିକ ଭିନ୍ନକ୍ଷମ ଓ ୮୦ ବର୍ଷ ରୁ ଉର୍ଦ୍ଧ ବୟସ୍କ ଙ୍କ ପାଇଁ ୯ ଶହ ରୁ ୧୪ ଶହ ଟଙ୍କା ପ୍ରଦାନ କରାଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଙ୍କ ସୂଚନା ଅନୁସାରେ ବ୍ଲକ ର ୨୨ ପଞ୍ଚାୟତ ରେ ମଧୁବାବୁ ପେନସନ ଯୋଜନାରେ ୧୧,୧୩୫ ଜଣ ଓ ଏନଏସଏପି ଯୋଜନାରେ ୬୮୪୩ ଜଣ ହିତାଧିକାରୀ ଏହି ଯୋଜନା ରେ ବର୍ଦ୍ଧିତ ପେନସନ ପାଇବେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories