Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଟେର, ଡ଼ହଗାଁ ଭାୟା ତରାପୁର ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ଉଦଘାଟନ କଲେ ବିଧାୟକ।

କୋକସରା:୨୨/୦୨
କୋକସରା ବ୍ଲକ ଜାତୀୟ ରାଜପଥ ୨୬ ମୋଟେର ଫାଣ୍ଡି ଛକ ନିକଟରୁ ଡ଼ହଗାଁ ଭାୟା ତରାପୁର ପର୍ଯ୍ୟନ୍ତ ରାସ୍ତା କଳାହାଣ୍ଡି ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟ ପାଇଁ ଟେଣ୍ଡର ହୋଇଥିବା ବେଳେ ଗୁରୁବାର ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଉଦଘାଟନ କରିଛନ୍ତି । ଦିର୍ଘ ବର୍ଷ ଧରି ଏହି ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ପଡି ରହିଥିବା ବେଳେ ଅନେକ ସମୟରେ ଗଣମାଧ୍ୟମ ର ପୃଷ୍ଠା ମଣ୍ଡନ କରିଥିଲା,ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳବାସୀ ମାନେ ସ୍ଥାନୀୟ ବିଧାୟକ ଙ୍କୁ ଦାବି କରି ଆସୁଥିଲେ। ଅଞ୍ଚଳବାସୀ ଙ୍କ ଦାବି ପରେ ବିଧାୟକ ପୂର୍ତ୍ତ ବିଭାଗ କୁ ଚିଠି ଲେଖି ରାସ୍ତା ନିର୍ମାଣ ପାଇଁ ଅନୁରୋଧ କରିଥିଲେ। ପରେ ବିଭାଗ ପକ୍ଷରୁ ଏହି ରାସ୍ତା ଅନୁମୋଦନ ହୋଇ ୧୨ କିମି ୭୧୪ ମି ରାସ୍ତା ପାଇଁ ବିଭାଗୀୟ ଅଟକଳ ୧୪ କୋଟି,୧୭ ଲକ୍ଷ ବ୍ୟୟ ବରାଦ କରାଯାଇଛି। ଲଡୁଗାଁ ର ଜୈନିକ ଠିକାସଂସ୍ଥା ଏହି ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଛନ୍ତି। ଏହି ରାସ୍ତା ନିର୍ମାଣ ହେଲେ ମୋଟେର ଠାରୁ ଧର୍ମଗଡ଼, ବିଜୁ ଏକ୍ସପ୍ରେସ ୱେ, ନବରଙ୍ଗପୁର, ପଡୋଶୀ ରାଜ୍ୟ ଛତିଶଗଡ଼ ସଂଯୋଗ କରିବ।ରାସ୍ତା ଉଦଘାଟନ ସମୟରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଧର୍ମଗଡ଼ ପୁଷ୍ପେନ୍ଦ୍ର ସିଂଦେଓ, ବିଜେଡି ପଞ୍ଚାୟତ ସଭାପତି କୁମୁଦ ବେହେରା, ସମାଜସେବୀ ଦୁଷ୍ମନ୍ତ ପାଟଯୋଶୀ, ପୂର୍ବତନ ସରପଞ୍ଚ ସୁଶୀଲ କୁମାର ଶବର,କନିଷ୍ଠ ଯନ୍ତ୍ରୀ ନବ ବେହେରା ଓ ଦଲୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।