Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଳେରଗୁଡା ଗ୍ରାମ ରେ ପାଳିତ ହେଲା ମା ମାଉଁଳି ଦେବୀ ଙ୍କ ମାଘ ମଣ୍ଡେଇ ଯାତ୍ରା।

କୋକସରା୨୩/୦୨
ଆଦି ସଂସ୍କୃତି ପରମ୍ପରା ଓ ଚଳଣି ରେ ରହିଛି ଦେବିଦେବତା ଙ୍କ ସ୍ଥାନ ଅଗ୍ରରେ।। ଏହି ପରମ୍ପରା କୁ ପାଶ୍ଚାତ୍ୟ ସଭ୍ୟତା ରେ ମଧ୍ୟ ଉଜ୍ଜୀବିତ କରି ରଖିଛନ୍ତି ଗ୍ରାମାଞ୍ଚଳର ଆଦିବାସୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡା ପଞ୍ଚାୟତ କୁଳେରଗୁଡା ଗ୍ରାମ ର ଆରାଧ୍ୟ ଦେବତା ହେଉଛନ୍ତି ମା ମାଉଁଳି। ସୁଖରେ ଦୁଃଖ ରେ ଡାକ ଦେଲେ ସାହା ହୁଅନ୍ତି ମା ମାଉଁଳି,ଏଣୁ ଦେବୀ ଙ୍କ ପ୍ରତି ରହିଛି ଅଞ୍ଚଳବାସୀ ଙ୍କ ଅଗାଢ ବିଶ୍ୱାସ। ମାଘ ମାସ ର ପ୍ରଥମ ସପ୍ତାହ ରେ ଦେବୀ ଙ୍କ ମାଘ ମଣ୍ଡେଇ ଯାତ୍ରା ପାଳନ ହେଉଥିବା ବେଳେ ଚଳିତ ବର୍ଷ ଗୁରୁବାର ମାଘ ମଣ୍ଡେଇ ଯାତ୍ରା ଆନନ୍ଦ ଉଲ୍ଲାସର ଓ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା। ମାଘ ମଣ୍ଡେଇ ଯାତ୍ରା ରେ ସାମିଲ ହେବାକୁ ଗୋ ତ ମୁଣ୍ଡା ର ଅଧିଷ୍ଠାତ୍ରୀ ଦେବୀ ମା ସର୍ଵ ମଙ୍ଗଲା ଘାଟି ମୁଣ୍ଡିଆଣି, ଡେଙ୍ଗାଗୁଡା ଗ୍ରାମ ର ମା ହିଙ୍ଗୁଳାଇ, ଭାଇସାଲପଡା ପଡା ରୁ ମା ପେଡ୍ରାଣୀ ଓ ଅନ୍ୟ ଦେବାଦେବୀ ଙ୍କ ଲାଠିକୁର୍ସି ଆସି ପହଞ୍ଚିବା ପରେ ମନ୍ଦିର ନିକଟରେ ଗ୍ରାମ ପୁଜକ ପୂର୍ବ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଦେବାଦେବୀ ଙ୍କୁ ଆମନ୍ତ୍ରଣ କରିଥିଲେ,ପରେ ଶିରା ଙ୍କ ଦେହରେ ଦେବାଦେବୀ ଙ୍କ କାଲିସି ଲାଗି ହୋଇ ଲାଠିକୁର୍ସି ଗାଁ ପରିକ୍ରମା କରି ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିଲେ। ଏହି ସମୟରେ ଦେବାଦେବୀ ଙ୍କ ବିନୀତି ଚାଉଳ ମସ୍ତକ ରେ ଲଗାଇ ଆଶ୍ରିବାଦ ଭିକ୍ଷା କରିଥିଲେ। ପରେ ଲୁହା କଣ୍ଟା ଦୋଳି ରେ ଦେବାଦେବୀ ମାନେ ଝୁଲିଥିଲେ।ମାନସିକ ଧାରୀ ଶ୍ରଦ୍ଧାଳୁ ମାନେ ମା ମାଉଁଳି ଙ୍କ ନିକଟରେ ଶୁକ୍ଳ ଭୋଗ ଓ ରକ୍ତ ଭୋଗ ଅର୍ପଣ କରିଥିଲେ। ଅଞ୍ଚଳବାସୀ ଙ୍କ ବିଶ୍ୱାସ ରହିଛି ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠାନ କଲେ ଗ୍ରାମ ରୁ ରୋଗ,ଶୋକ,ବ୍ୟାଧି ରୁ ଅଞ୍ଚଳବାସୀ ମୁକ୍ତ ହୁଅନ୍ତି ଓ ଆଗାମୀ ଦିନରେ ଚାଷବାସ ଭଲ ହେବା ସହ ଗ୍ରାମବାସୀ ମାନେ ସୁଖ ରେ କାଲାଦିପାତ କରନ୍ତି। କୁଳେରଗୁଡା ଗ୍ରାମ୍ୟ ପୂଜା କମିଟିର,ସଭାପତି ଭକ୍ତରାମ ସୋରି, ସମ୍ପାଦକ ବିରଞ୍ଚି ନାଗ, ଭରତ ମାଝୀ, ଧନେଶ୍ଵର ମାଝୀ,ସୋମନାଥ ମାଝୀ, ସଦନ ମାଝୀ, ତିଲ ପୋର୍ଟି, ବଳରାମ ନାଏକ,ଯୁଧିଷ୍ଠିର ଧରୁଆ, ଶ୍ୟାମ ପୋଡ଼, ବିରଞ୍ଚି ଧରୁଆ, ନାଥ ବାଗ, ରାମେଶ୍ବର ସୋରି, ବୈକୁଣ୍ଠ ସୋରି ଅନିରୁଧ ବେଶ୍ରା ,ନନ୍ଦ ମାଝୀ ଅରକ୍ଷିତ ନାଗ,କୁମାର ମଣି ବାଗ, ଡମୁ ସୋରି, ଭରତ ନିଆଲ ଓ ଗ୍ରାମବାସୀ ମାନେ ଏହି ମଣ୍ଡେଇ ଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ।