Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ,ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କୋକସରା:୨୫/୦୨
ବିଧାନସଭା ନିର୍ବାଚନ ଆଗକୁ ଆସୁଥିବା ବେଳେ ବିଜୁ ଜନତା ଦଳ ପକ୍ଷରୁ ଦଲୀୟ ସଙ୍ଘଠନ ଓ କର୍ମକର୍ତ୍ତା କୁ କ୍ରିୟାଶୀଳ କରିବା ପାଇଁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ସ୍ତରରେ ଘନ ଘନ ବୈଠକ ଆୟୋଜନ କରି ନିର୍ବାଚନ ରଣନୀତି ଉପରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ଏହି କ୍ରମ ରେ ଶନିବାର କୋକସରା ବ୍ଲକ ସଦର ମହକୁମାର ଧାନ ମଣ୍ଡି ରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ରେ ବ୍ଲକ ସଭାପତି।ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି।ମାନସ ରଞ୍ଜନ ବାଗ, ଜିଲ୍ଲା।ପରିଷଦ ସଭ୍ୟ ହେମନ୍ତ ମାଝୀ, ତ୍ରିନାଥ ବାଗ, ବୈଜୟନ୍ତି ପୁଝାରି, ବ୍ଲକ ବିଜେଡି ସଭାନେତ୍ରୀ ଅଶୋକା ନାଏକ ଓ।ବ୍ଲକ ର ୨୨ ପଞ୍ଚାୟତ ର ସଭାପତି ଓ ଦଲୀୟ କର୍ମକର୍ତ୍ତା ଉପସ୍ଥିତ ରହି ଥିବା ବେଳେ ଆଗାମୀ ନିର୍ବାଚନ ରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଯାହାକି ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ନିର୍ଦ୍ଧାରିତ କରିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ସହାୟତା ଯୋଗାଇ ଦେଇ ଆସୁଛନ୍ତି, ସେହି ଯୋଜନା ର ରୁପରେଖ ନେଇ ସାଧାରଣ ଭୋଟର ଙ୍କ ନିକଟରେ ପହଞ୍ଚି ଆସ୍ଥା ଭାଜନ ହେବାକୁ ଗୁରୁମନ୍ତ୍ର ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼, ଯୁବ ସଂଗଠକ ମହେଶ ଗୁପ୍ତା, ଲଡୁଗାଁ ପଞ୍ଚାୟତ ସଭାପତି ରବି ନାରାୟଣ ଦାସ, ପଙ୍କଜ ମୁଖ ଚୌଧୁରୀ, ମୁକ୍ତେଶ୍ଵର ନାଗ, ମାନସ ବେହେରା,ଦୀନକୃଷ୍ଣ କୋଳଥିଆ, ଶଶାଙ୍କ ପୁରୋହିତ, ଶ୍ରୀମନ୍ତ ପାଢ଼ୀ,ଲଳିତ ମିଶ୍ର,ବିନୋଦ ସିଂ, ସୁରେଶ ସାହୁ, ହେମନ୍ତ ବାଣୁଆ,ନିଳାମ୍ବର ବାରିକ ମନୁ ପଟେଲ,ବିମଲ ଦାସ ଓ ଶତାଧିକ ଦଲୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories