Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ୧୦୪ ପ୍ରହର ଅଖଣ୍ଡ ନାମଯଜ୍ଞ ଉଦଯାପିତ,ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ସମାଗମ।

କୋକସରା ବ୍ଲକ ଶ୍ରୀ ଶ୍ରୀ ଶ୍ରୀ ନିତାଇ ସଂକୀର୍ତ୍ତନ କଳାକାର ସଙ୍ଘ ପକ୍ଷରୁ କୋକସରା ବ୍ଲକ ରେଙ୍ଗାଳପାଲି।ପଂଚାୟତ ଡଙ୍ଗରିଗୁଡା ଖେଳ ପଡ଼ିଆ ରେ ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୦୪ ପ୍ରହର ଅଖଣ୍ଡ ନାମଯଜ୍ଞ ଶନିବାର ସକାଳ ରେ ଦହିହାଣ୍ଡି ଭାଙ୍ଗିବା ସହ ଉଦଯାପିତ ହୋଇଯାଇଛି। ୧୪ ଦିନ ଧରି ଆୟୋଜିତ ୧୦୪ ପ୍ରହର ଅଖଣ୍ଡ ନାମଯଜ୍ଞ ରେ କୋକସରା ବ୍ଲକ ର ବିଭିନ୍ନ ଗ୍ରାମ ରୁ ୮୪ ଗୋଟି ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରି ଦିର୍ଘ ୧୪ ଦିନରାତି ଧରି ହରେକୃଷ୍ଣ ହରେ ରାମ ନାମାମୃତ ଗାନ କରି ଭବ୍ୟ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ। ପୁଜକ ଭାବେ ଗୋପାଳ ଠାକୁର, କିଶୋର ଚନ୍ଦ୍ର ଠାକୁର, ଭାସ୍କର ଠାକୁର ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ମୁଖ୍ୟ ପୂଜାକର୍ତ୍ତା ଭାବେ କୃତିବାସ ଶବର ଓ ତୁଳସା ଶବର ସପତ୍ନୀକ ଓ ଦ୍ୱିତୀୟ ଦିନ ରୁ ଶେଷ ଦିନ ର ପୂଜାକର୍ତ୍ତା ଭାବେ ଜବାହରଲାଲ ଗୁପ୍ତା ପତ୍ନୀ ସରିତା ଗୁପ୍ତା, କେତନ ପାତ୍ର ପତ୍ନୀ ପଦ୍ମିନୀ ପାତ୍ର, ରାଜୀବ ଅଗ୍ରୱାଲ ପତ୍ନୀ ରିତା ଅଗ୍ରୱାଲ, ରୋହନ ପାଟଯୋଶୀ ପତ୍ନୀ ନିହାରିକା ପାଟଯୋଶୀ, ପ୍ରବୀଣ କୁମାର ଗୋୟଲ ପତ୍ନୀ କିରଣ ଦେବୀ ଗୋୟଲ, ହିମାଂଶୁ ରାଉତ ପତ୍ନୀ ସଂଯୁକ୍ତା ରାଉତ, ଧର୍ମବ୍ରତ ପଣ୍ଡା ପତ୍ନୀ ସସ୍ମିତାଞ୍ଜଳି ପଣ୍ଡା, ଖୁଶିରାମ ନାଏକ ପତ୍ନୀ ଦେମତି ନାଏକ, ରାଜେଶ ଅଗ୍ରୱାଲ ପତ୍ନୀ ରେଖା ଅଗ୍ରୱାଲ, ଦୁଖାଲୁ ନାଏକ ପତ୍ନୀ ନୃପମଣି ନାଏକ, ପ୍ରଶାନ୍ତ ସାହୁ ପତ୍ନୀ ପୁଷ୍ପାଞ୍ଜଳି ସାହୁ, ବିକ୍ରମ କୁମାର ଗୁପ୍ତା ପତ୍ନୀ ପାୟଲ ଗୁପ୍ତା ପୂଜାକର୍ତ୍ତା ଭାବେ ସମସ୍ତ ପ୍ରକାର ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ନାମଯଜ୍ଞ ଶ୍ରବଣ କରିବାକୁ କଳାହାଣ୍ଡି ସମେତ ନୂଆପଡା,ବଲାଙ୍ଗୀର ନବରଙ୍ଗପୁର ଜିଲ୍ଲା ଅଞ୍ଚଳ ରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା।।ଶ୍ରଦ୍ଧାଳୁ ଙ୍କ ପାଇଁ ଅନ୍ନ ଭୋଗ, ପାନୀୟ ଜଳ, ବିଶ୍ରାମ ପାଇଁ କମିଟି ପକ୍ଷରୁ ବ୍ୟବସ୍ଥା କରା ଯାଇଥିଲା।।ଏହା ବ୍ୟତୀତ ନାମଯଜ୍ଞ କୁ ଆକର୍ଷଣୀୟ କରିବାକୁ ମିନାବଜାର, ଅନେକ ଦୋକାନ ବଜାର ଓ ଶ୍ରଦ୍ଧାଳୁ ଙ୍କ ଶୃଙ୍ଗଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଓ ନାରୀ ସଙ୍ଘଠନ ପକ୍ଷରୁ ସେବା ଯୋଗାଇ ଦିଆ ଯାଇଥିଲା। ନିତାଇ ସଂକୀର୍ତ୍ତନ କଳାକାର ପୂଜା କମିଟି ସୁଶୀଲ କୁମାର ପଣ୍ଡା, ରାଜୀବ କୁମାର ଅଗ୍ରୱାଲ,ରେଙ୍ଗାଳପାଲି ସରପଞ୍ଚ ପଦ୍ମିନୀ ପାତ୍ର,କେତନ ପାତ୍ର,ରାଜେଶ କୁମାର ଅଗ୍ରୱାଲ, ଧର୍ମବ୍ରତ ପଣ୍ଡା,ରବି ନାରାୟଣ ପୁଝାରି, ହରଲାଲ ଗୁପ୍ତା,ପଞ୍ଚଳ ପୋଢ଼,ଅନିରୁଦ୍ଧ ପାତ୍ର,ବିକ୍ରମ କେତକୀ, ସୁରେଶ ହଂସ,ସୁରେଶ ହଂସ, ଦିଲୀପ ଶବର,ସୁଧୀର କୁମାର ବେହେରା,ସୁରେଶ ନାଗ,ଦିଲୀପ ଶବର, ଧର୍ମା ଶବର ସମେତ ଡଙ୍ଗରିଗୁଡା ଗ୍ରାମବାସୀ ମାନେ ଦିନରାତି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories