Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ଫେଣ୍ଡ୍ରାଣୀ ଦେବୀ ଙ୍କ ନିଆଁରା ମାଘ ମଣ୍ଡେଇ ଯାତ୍ରା, ଦେବାଦେବୀ ଙ୍କ କଚେରି ରେ ଭକ୍ତ ଙ୍କ ଅଭିଯୋଗ ଶୁଣାଣି।

କୋକସରା:୨୫/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ଠାରେ ମା ଫେଣ୍ଡ୍ରାଣୀ ଦେବୀ ଙ୍କ ମାଘ ମଣ୍ଡେଇ ଯାତ୍ରା ୨ ଦିନ ଧରି ମହା ଆଡମ୍ବରରେ ପାଳନ ହୋଇଯାଇଛି। ଗ୍ରାମବାସୀ ଙ୍କ ବିଶ୍ୱାସ ରହିଛି ସୁଖରେ ଦୁଃଖ ରେ ଡାକ ଦେଲେ ସାହା ହୁଅନ୍ତି ମା ଫେଣ୍ଡ୍ରାଣୀ
ଏଣୁ ଦେବୀ ଙ୍କ ପ୍ରତି ରହିଛି ଅଗାଢ ବିଶ୍ୱାସ। ମାଘ ମାସ ର ପ୍ରଥମ ସପ୍ତାହ ରେ ଦେବୀ ଙ୍କ ମାଘ ମଣ୍ଡେଇ ଯାତ୍ରା ପାଳନ ହେଉଥିବା ବେଳେ ଚଳିତ ବର୍ଷ ଏହି ଯାତ୍ରା ରେ ପ୍ରବଳ ଜନ ଗହଳି ଦେଖିବାକୁ ମିଳିଥିଲା। ଦୁଇ ଦିନ ଧରି ପାଳିତ ହେଉଥିବା ଏହି ମଣ୍ଡେଇ ଯାତ୍ରା ର ନିଆଁରା ପରମ୍ପରା ରହିଛି। ଏହି ଯାତ୍ରା ରେ ପରିଶେଷରେ ଦେବାଦେବୀ ମାନେ ଭକ୍ତ ଙ୍କ ଗୁହାରି ଶୁଣାଣି କରିବାକୁ ଏକ କଚେରି ର ଅନୁଷ୍ଠାନ ହୋଇଥାଏ ।ଯେଉଁଠି ଶହ ଶହ ଶ୍ରଦ୍ଧାଳୁ ଓ ମାନସିକ ଧାରୀ ଭକ୍ତ ମାନେ ଦେବାଦେବୀ ଙ୍କ ଶରଣାପନ୍ନ ହୋଇ ଆଶିଷ ଭିକ୍ଷା କରିଥାନ୍ତି ଓ ମନସ୍କାମନା ପୂର୍ଣ୍ଣ ହେଲେ ମାନସିକ ଅର୍ପଣ କରିଥାନ୍ତି। ଲୋକଶୃତି ରୁ ବିଦିତ ଯେ ମା ଫେଣ୍ଡ୍ରାଣୀ.ଦେବୀ ଦେବୀ ଙ୍କୁ ୧୯୭୧ ମସିହାରେ ଡେଙ୍ଗାଗୁଡା ଗ୍ରାମର ମାୟାଧର ନାଏକ।ଦେବୀ ଙ୍କୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳ ରୁ ଆଣି ଡେଙ୍ଗାଗୁଡା ଗ୍ରାମରେ ସ୍ଥାପନ କରିଥିଲେ ଓ ସେହି ଦିନଠାରୁ ମା ଫେଣ୍ଡ୍ରାଣୀ.ଦେବୀ ଡେଙ୍ଗାଗୁଡା ଗ୍ରାମରେ ପୂଜା ପାଇ ଆସୁଛନ୍ତି। ମାଘ ମଣ୍ଡେଇ ପ୍ରଥମ ଦିନ ପ୍ରାରମ୍ଭ ରେ ଗ୍ରାମ ର ଦେବୀ ଙ୍କ ପୁଝାରି ମନ୍ମଥ ନାଏକ, ଚରଣ ଦିଶାରୀ,ମୁଖ୍ୟ ଶିରା ଚମାର ନାଏକ ଙ୍କ ଉପସ୍ଥିତି ରେ ଫେଣ୍ଡ୍ରାଣୀଦେବୀ,ବଡ଼ ଫୁର୍ଲା, ଫେଣ୍ଡ୍ରାଣୀ.ଦେବୀ,ବାଞ୍ଜି ବାହାଲ, ଫେଣ୍ଡ୍ରାଣୀ.ଦେବୀ ଖଇରଭାଡ଼ି, ଫେଣ୍ଡ୍ରାଣୀ.ଦେବୀ,ଧୋବେନ ଚଞ୍ଚରା, ମା ହିଙ୍ଗୁଳାଇ ଡେଙ୍ଗାଗୁଡା,ବସ୍ତରେନ ଡୋକରି ଡେଙ୍ଗାଗୁଡାର ଗ୍ରାମ ରୁ ଦେବାଦେବୀ ଙ୍କ ଲାଠିକୁର୍ସି ଆସି ପହଞ୍ଚିବା ପରେ ମନ୍ଦିର ନିକଟରେ ଗ୍ରାମ ମୁଖ୍ୟ ପୁଜକ ପୂଜାର୍ଚ୍ଚନା କରି ଦେବାଦେବୀ ଙ୍କୁ ଆମନ୍ତ୍ରଣ କରିଥିଲେ, ପରେ ଶିରା ଙ୍କ ଦେହରେ ଦେବାଦେବୀ ଙ୍କ କାଲିସି ଲାଗି ହୋଇ ଲାଠିକୁର୍ସି ଗାଁ ପରିକ୍ରମା କରି ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିଲେ। ତା ପରଦିନ ରବିବାର ଏହି ମାଘ ମଣ୍ଡେଇ ଯାତ୍ରା ରେ ଏକ ନିଆରା ପରମ୍ପରା ରହିଛି, କୌଣସି ମାଲି ମକଦ୍ଦମା ହେଲେ ଯେମିତି କଚେରି ବା କୋର୍ଟ ରେ ଶୁଣାଣି ହୁଏ, ସେମିତି ମାନସିକ ପୂରଣ ପାଇଁ ଆସିଥିବା ଭକ୍ତ ଙ୍କ ପାଇଁ ଏହି ମଣ୍ଡେଇ ଯାତ୍ରା ରେ ଦେବାଦେବୀ ଙ୍କ କଚେରି ରେ ଶୁଣାଣି ହୋଇ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଆଶ୍ରିବାଦ ଦେଇଥାନ୍ତି ଦେବାଦେବୀ।ପରେ ମାନସିକ ଧାରୀ ଶ୍ରଦ୍ଧାଳୁ ମାନେ ମା ଫେଣ୍ଡ୍ରାଣୀ ପାର୍ଶ୍ଵ ଦେବାଦେବୀ ଙ୍କ ନିକଟରେ ଶୁକ୍ଳ ଭୋଗ ସହ ରକ୍ତ ଭୋଗ ଅର୍ପଣ କରିଥିଲେ। ଅଞ୍ଚଳବାସୀ ଙ୍କ ବିଶ୍ୱାସ ରହିଛି ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠାନ କଲେ ଗ୍ରାମ ରୁ ରୋଗ,ଶୋକ,ବ୍ୟାଧି ରୁ ଅଞ୍ଚଳବାସୀ ମୁକ୍ତ ହୁଅନ୍ତି ଓ ଆଗାମୀ ଦିନରେ ଚାଷବାସ ଭଲ ହେବାସହ ଗ୍ରାମବାସୀ ମାନେ ସୁଖ ରେ କାଲାଦିପାତ କରନ୍ତ। ଦୁଇ ଦିନ ଧରି ଅନୁଷ୍ଠିତ ମା ଫେଣ୍ଡ୍ରାଣୀ ଦେବୀ ଙ୍କ ମାଘ ମଣ୍ଡେଇ ଯାତ୍ରା କୁ ଡେଙ୍ଗାଗୁଡା ଅଞ୍ଚଳବାସୀ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories