Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ରେ କାର୍ଯରତ ମିଶନ ଶକ୍ତି ମହିଳା କର୍ମଚାରୀ ଙ୍କୁ ପ୍ରୋତ୍ସାହନ କଲେ ବ୍ଲକ ପ୍ରଶାସନ।

କୋକସରା:୨୭/୦୨
ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ମିଶନ ଶକ୍ତି ବଦଳେଇ ଦେଇଛି ମହିଳା ଙ୍କ ପରିଚୟ,ଆଜି ରାଜ୍ୟର ଲକ୍ଷ ଲକ୍ଷ ମହିଳା ସବୁ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ସହ ନିଜ ପରିବାର ପାଇଁ ଆଣିଛନ୍ତି ସୌଭାଗ୍ୟ। ମଙ୍ଗଳବାର ରାଜ୍ୟ ସରକାର ମିଶନ ଶକ୍ତି କୁ ଅଧିକ କ୍ରିୟାଶୀଳ କରିବା ପାଇଁ ଅନେକ ପଦକ୍ଷେପ ନେଇଥିବା ବେଳେ ମହିଳା ଙ୍କୁ ଅଗ୍ରାଧିକାର ଦେଇ ଅନେକ ଲୋକାଭିମୁଖୀ ଯୋଜନା ଘୋଷଣା କରିଛନ୍ତି। କୋକସରା ବ୍ଲକ ପରିସରରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଓ ମିଶନ ଶକ୍ତି ର ମିଳିତ ଆନୁକୂଲ୍ୟରେ ମିଶନ ଶକ୍ତି ରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ମା ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବ୍ଲକ ରେ କାର୍ଯ୍ୟରତ ୩୮୦ ଗୋଟି ଏସଏଚଜି ଗୋଷ୍ଠୀ ଙ୍କ ମଧ୍ୟରୁ ୫୦ ଟି ଗ୍ରୁପ କୁ ଚେକ ପ୍ରଦାନ ଓ ୬ ଜଣ ବ୍ୟାଙ୍କ ମିତ୍ର ମହିଳା କର୍ମଚାରୀ ଙ୍କୁ ଲାପଟପ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ରାଜ୍ୟ ସରକାର ଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ଏଲ ଇଡି ଜରିଆରେ ପ୍ରସାରଣ ଦେଖିଥିଲେ ମିଶନ ଶକ୍ତି ଓ ଏସଏଚଜି ମହିଳା । କାର୍ଯ୍ୟକ୍ରମ ରେ ଭାରପ୍ରାପ୍ତ ସିଡି ପି ଓ ସରୋଜାଳତା ଦେଇ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓମ ଫେଡ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ, ସମ୍ମାନିତ ଅତିଥି ଭାବେ ଜନ ପ୍ରତିନିଧି ଘନଶ୍ୟାମ ନାଏକ, ଗଜାନନ ନିଆଲ, ଅଞ୍ଜନା ଦୁର୍ଗା ଓ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଇନ୍ଦ୍ରମଣି ଧ. ମାଝୀ ଉପସ୍ଥିତ ରହି ଏସଏଚଜି ମହିଳା ଓ ମିଶନ ଶକ୍ତି ମହିଳା କର୍ମଚାରୀ ଙ୍କୁ।ଚେକ ଓ ଲେପଟପ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କୁ ମିଶନ ଶକ୍ତି ବ୍ଲକ କର୍ମଚାରୀ ସୁରେଶ ରାଉତ, ସୌମ୍ୟ ରଞ୍ଜନ ପଣ୍ଡା, ଆଇସିଡି ଏସ କର୍ମଚାରୀ ମନୋରଞ୍ଜନ ମହାନ୍ତି, ମିଶନ ଶକ୍ତି ର ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର ଓ ଏସଏଚଜି ମହିଳା ମାନେ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories