Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଇ କଳାହାଣ୍ଡିଆ ଫର କଳାହାଣ୍ଡି ସଂଗଠନ ପକ୍ଷରୁ ବ୍ଳକ ଘେରାଉ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଦର ଠାରେ ମଙ୍ଗଳବାର ଦିନ ମୁଇ କଳାହାଣ୍ଡିଆ ଫର କଳାହାଣ୍ଡି ସଂଗଠନ ପକ୍ଷରୁ ଭତ୍ତା ବୃଦ୍ଧି ନେଇ ବ୍ଲକ ଘେରାଉ କରିଥିଲେ।ଏଥିରେ ବାର୍ଦ୍ଧକ୍ଯ, ବିଧବା, ଅବିବାହିତା ଓ ଭିନ୍ନକ୍ଷମମାନଙ୍କୁ ମଧୁବାବୁ ପେନସନ୍ ଓ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ୨୫୦୦ ରୁ ୩୦୦୦ ହଜାର ଟଙ୍କା ପ୍ରଦାନ ଦାବୀରେ ମଙ୍ଗଳବାର ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନକରିଥିଲେ। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନର ଜିଲ୍ଲା ସଭାପତି ସୁରେଶ ସଂଗ୍ରାମ, ସଂଗଠକ ଲଷ୍ମୀ ନାରାୟଣ ପଣ୍ଡା,ବ୍ଲକ ସଭାପତି ଦଶରଥ ସାହୁ, କ୍ଷିରୋଦ କୁମାର ନାଗ, ମୋହନ ସାହୁ, ନାରୀ ନେତ୍ରୀ ଉମାକାନ୍ତି ସାହୁ, ଟୁକୁରାମ ସାହୁ, କୁମୁଦ ଛତ୍ରିଆ, ଶମ୍ଭୁ ସାହୁ ପ୍ରମୁଖ ନିଜ ନିଜ ମନ୍ତବ୍ୟ ରଖିବା ସହ ବିଭିନ୍ନ ଗାଁରୁ ୧୫୦ରୁ ଉର୍ଦ୍ଧ ହିତାଧିକାରୀ ଉପସ୍ଥିତ ଥିଲେ।ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ବିଡିଓ ମଣ୍ଟୁ ଖମାରୀ ଙ୍କୁ ପ୍ରଦାନ କରାଯାଇଥିବା ଦାବୀ ପତ୍ର ଗୁଡ଼ିକ ମଧ୍ୟରେ ୬୦ ବର୍ଷ ରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧା ବିଧବା,ଅବିବାହିତା ଙ୍କ ଭତ୍ତା ୨୫୦୦ ଟଙ୍କା କୁ ବୃଦ୍ଧି ଓ ୮୦ ବର୍ଷ ର ବାର୍ଦ୍ଧକ୍ୟ/ଦିବ୍ୟଙ୍ଗ ଙ୍କୁ ୩୦୦୦ ଟଙ୍କା ଭତ୍ତା ସହିତ ସମସ୍ତ ହିତାଧିକାରୀ ଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ର ବ୍ୟବସ୍ଥା କରିବା କୁ ଦାବୀ ରେ ଉଲ୍ଲେଖ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ