Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଷି ଙ୍କ ସମସ୍ୟା ଓ ୧୬ ଦଫା ସମ୍ବଳିତ ଦାବି ନେଇ ନେଇ କୋକସରା ବିଡ଼ିଓ ଙ୍କ ଜରିଆରେ ଦାବିପତ୍ର।

କୋକସରା:୨୮/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଚାଷି ଙ୍କ ବିଭିନ୍ନ ସମସ୍ୟା କୁ ନେଇ ବୁଧବାର ଯୁବ କଂଗ୍ରେସ ନେତା ତଥା ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ରାଜେନ୍ଦ୍ର ନାଏକ ଙ୍କ ନେତୃତ୍ୱରେ ଓଡିଶା ର ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ୧୬ ଦଫା ଦାବି ସମ୍ବଳିତ ଦାବିପତ୍ର କୋକସରା ବିଡ଼ିଓ ଙ୍କ ଅନୁପସ୍ଥିତ କାରଣରୁ ବ୍ଲକ ହିସାବ ରକ୍ଷକ ଅଶୋକ କୁମାର ସେଠି ଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ରାଜେନ୍ଦ୍ର ନାଏକ ଙ୍କ ନେତୃତ୍ୱରେ ଶତାଧିକ ଚାଷୀ,ମହିଳା ଓ ବୁଦ୍ଧିଜୀବୀ ମାନେ ଏକ ଶୋଭାଯାତ୍ରାରେ ଆସି କୋକସରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିବା ସହ ୧୬ ଦଫା ଦାବିପତ୍ର ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ସ୍ଥାନୀୟ ବିଡ଼ିଓ ଙ୍କ ଜରିଆରେ ପ୍ରଦାନ କରିଛନ୍ତି। ପ୍ରମୁଖ ଦାବି ମଧ୍ୟରେ ବେହେରା ଡେମ ପୁନରୁଦ୍ଧାର, ମୋଡୋସିଲ, ଅଠରନଲା, ଯତାଖାଲିଆ ଚେକ ଡେମ ରେ ବିଗତ ବର୍ଷରେ ମରାମତି କାର୍ଯ୍ୟ ରେ ବ୍ୟାପକ ଦୁର୍ନୀତି ହୋଇଥିବା ଏହାର ଉଚ୍ଚ ସ୍ତରୀୟ ତଦନ୍ତ ସହ ପୁନରୁଦ୍ଧାର ଦାବି, ଚାଷି ଙ୍କୁ ପ୍ରାଇଶ ପ୍ରେଷ୍ଟିଜ ପେନସନ ଦାବି,ମଣ୍ଡି ରେ କଟନୀ ବନ୍ଦ କରିବା,ଧାନ ର ଏମଏସପି ୩୧୦୦ କୁ ବୃଦ୍ଧି,ଚାଷି ଙ୍କୁ କ୍ୱିଣ୍ଟାଳ ପିଛା ୬୦୦ ବୋନସ, କୃଷି ଋଣ ଛାଡ,ଆଵାସ ଘର କାର୍ଯ୍ୟ ତ୍ୱରାନ୍ୱିତ, ବେକାରୀ ଭତ୍ତା ଓ ରୋଜଗାର, ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ବୃଦ୍ଧି କରିବା, ବସୁଧା ପ୍ରକଳ୍ପ ପାନୀୟ ଜଳ ଯୋଗାଣ ରେ ଅବହେଳା ଓ ଅନ୍ୟ ଦାବି କୁ ନେଇ କଂଗ୍ରେସ ପ୍ରଭାରୀ କେନ୍ଦ୍ରାପଡା ଜିଲ୍ଲା ବେଣୁ ପାଣି ଦୁର୍ଗା, ପୂର୍ବତନ କଂଗ୍ରେସ ସଭାପତି ଘନଶ୍ୟାମ ଜାଲ,ଆମପାଣି ଯୋନ ସଭାପତି ହରିଶ୍ଚନ୍ଦ୍ର ନାଏକ, ଯୋଗା ନାଏକ,ନାରିନେତ୍ରୀ ମାଧୁରୀ ନିଆଲ,ଗୌରୀ ନାଏକ ସମେତ ଶତାଧିକ ଦଲୀୟ କର୍ମକର୍ତ୍ତା ଓ ଚାଷି ଉପସ୍ଥିତ ଥିଲେ।