Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଳିଲାନି ମହାପ୍ରୟାଣ ଗାଡି,ବାଇକ ରେ ବୁହା ହେଲା ମୃତଦେହ।

କଳାହାଣ୍ଡି:୨୮/୦୨
କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ର ବିକଳ ଚିତ୍ର ପୁଣି ସାମ୍ନା କୁ ଆସିଛି। ଦାନ ମାଝୀ ନିଜ ସ୍ତ୍ରୀ ର ମୃତ ଦେହ କାନ୍ଧ ରେ ବୋହି ନେଇଥିବା ବେଳେ ଏଥର କିନ୍ତୁ ମୃତ ଦେହ ବାଇକ ରେ ବୁହା ହୋଇଥିବା ଦେଖିବାକୁ ମିଳିଛି।ଏଭଳି ଅଭାବନୀୟ ଘଟଣା ଗୋଳାମୁଣ୍ଡା ବ୍ଲକ ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦେଖାଦେଇଛି। ସୂଚନା ଅନୁଯାୟୀ ଗୋଳାମୁଣ୍ଡା ବ୍ଲକ ଟିଙ୍ଗପଦର ଗ୍ରାମର ନେତ୍ରା ମାଝୀ ଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ନିକଟସ୍ଥ ଚପରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ହେଲେ ଚିକିତ୍ସିତ ଅବସ୍ଥାରେ ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା।ମହା ପ୍ରୟାଣ ଗାଡି ନ ଥିବାରୁ ପରିବାର ଲୋକେ ଏକ ବାଇକ ସହାୟତା ରେ ମୃତ ଦେହ କୁ ନେଇଥିଲେ।ଯାହା ଏବେ ଏହି ଘଟଣା ସୋସିଆଲ ମେଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।ତେବେ ଏହି ଘଟଣା କୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉ ଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ଅମାନବିକତା କୁ ନେଇ ପ୍ରଶ୍ନ ଉଠିଛି।ଏହାର ତଦନ୍ତ ହେବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ ହେ ସମ୍ଭବ ହୋଇ ନ ଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories