Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋଉଡ ଗାଁ ପଞ୍ଚାୟତ କିର୍ତ୍ତିପୁର ର ଚାଷଜମି ରେ ବେଆଇନ ପ୍ଲଟିଙ୍ଗ ନେଇ ସରପଞ୍ଚ ଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ।

ଚାଷ ଜମି ଉପରେ ବେଆଇନ ପ୍ଲଟିଙ୍ଗି କରାଯାଉଥିବାରୁ ଅଞ୍ଚଳରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି l ଗତ କିଛି ଦିନ ହେଲା କନିସି ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ମୂଲ୍ୟବାନ ଚାଷ ଜମିକୁ ଶାଗମାଛ ଦରରେ କ୍ରୟ କରି ବିକ୍ରି କରୁଥୁବା ନେଇ ଅଭିଯୋଗ ହେବାପରେ ଏହା ଉପରେ ଅଙ୍କୁଶ ଲାଗିଥିଲା । ଏବେ ପୁଣି ଜମି ମାଫିଆ ମାନେ ଗ୍ରାମାଞ୍ଚଳରେ ସକ୍ରିୟ ହୋଇଛନ୍ତି। କନିସି ତହସିଲ ଅନ୍ତର୍ଗତ ଲୋଉଡ଼ଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ କୀର୍ତ୍ତିପୁର ମୌଜାର ଚାଷଜମି ଉପରେ ଚାଲିଥିବା ବେଆଇନ ପ୍ଲଟିଂ କାରଣରୁ ଲକ୍ଷ୍ୟଲକ୍ଷ୍ୟ ଟଙ୍କାର ରାଜସ୍ବ କ୍ଷତି ସହ ଚାଷୀର ଭାତହାଣ୍ଡିକୁ ଲାତ ମରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ଆଜି ସରପଞ୍ଚ ସୁରେଶ ନାୟକ ସମେତ ଗ୍ରାମବସୀ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ରେ ଦର୍ଶାଯାଇଛି ଯେ କନିସି ତହସିଲ ଲୋଉଡ଼ଗାଁ ପଞ୍ଚାୟତର କୀର୍ତ୍ତପୁର ମୌଜାର ପ୍ରାୟ ୩୦ଭରଣ ଚାଷଜମିରେ ବେଆଇନ ଭବେ ରେରା ନିୟମ ଉଲଂଘନ କରି ଚାଷଜମିକୁ ସାଗମାଛ ଦରରେ କିଣାଯାଇ କିସମ ପରିବର୍ତ୍ତନ ନକରାଯାଇ ଚଢ଼ା ଦରରେ ବିକ୍ରୀ କରାଯାଉଥିବା ଅଭିଯୋଗ କରାଯାଇଛି ।ଏଭଳି ବେଆଇନ ପ୍ଲଟିଂ କାରଣରୁ ତଳ ମୁଣ୍ଡ ଚାଷଜମିକୁ ଜଳସେଚନରେ ବାଧା ସୃଷ୍ଟି ହେବ ଯାହାଫଳରେ ଚାଷୀ ଆଉ ଚାଷ କରିବା ସମ୍ଭବ ହେବ ନାହିଁ। ଏଣୁ ଚାଷୀର ଦୁଃଖକୁ ହୁଦୟଙ୍ଗମ୍ କରି ଏହି ବେଆଇନ ପ୍ଲଟିଂ ଉପରେ ରୋକ୍ ଲଗାଇଲେ ଉପକୂଳ ଅଞ୍ଚଳର ହଜାର ହଜାର ଚାଷୀ ଉପକୃତ ହୋଇପାରିବେ ବୋଲି ଦାବୀରେ ଉଲ୍ଲେଖ କରାଯାଇଛି। l ଏହି ଅଂଚଳର କେତେ ଚାଷ ଜମି ଅଛି, କେତେ ପରିମାଣରେ କିସମ ପରିବର୍ତନ ହୋଇଛି ଏ ସମ୍ପର୍କରେ କୌଣସି ସଠିକ ଖବର ତହସିଲ ପାଖରେ କିମ୍ଵା ଜଳସେଚନ ବିଭାଗ ହେଉ କି କୃଷି ବିଭାଗ କାହା ପାଖରେ ମଧ୍ୟ ନାହିଁ l କନିସି ତହସିଲ, ସବ-ରେଜିଷ୍ଟର ଏବଂ ଜମି ମାଫିଆଙ୍କ ମଧୁ ଚନ୍ଦ୍ରିକାରେ କିସମ ପରିବର୍ତନ ନ ହୋଇ ସରକାରୀ ରେରା ନିୟମକୁ ଉଲଂଘନ କରାଯାଇ ବିକ୍ରି କରାଯାଇ ଚାଷୀଙ୍କୁ ହଇରାଣ କରାଯାଉଛି l କିଛି ମାସ ମଧ୍ୟରେ କନିସି ତହସିଲର ବହୁ ମୂଲ୍ୟବାନ ଚାଷ ଜମିକୁ ଜମି ମାଫିଆ ମାନେ ଶାଗ ମାଛ ଦରରେ କିଣି ଚଢା ଦରରେ ବିକ୍ରି କରାଯାଉଥୁବା ଦେଖିବାକୁ ମିଳୁଛି l ଏପରି ହେଲେ ଆଉ କିଛି ବର୍ଷ ପରେ ଚାଷ ଜମି ସମ୍ପୂର୍ଣ ଲୋପ ହୋଇଯିବାର ସମ୍ଭାବନା ରହିଛି ବୋଲି ମତପୋଷଣ ପାଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ