ପୁଣି ଗାଁ କୁ ଫେରିଲା ମୃତ ଦାଦନ ଶ୍ରମିକ ର ଶବ।

କୋକସରା:୦୪/୦୩
ହାଇଦ୍ରାବାଦ ରେ କୌଣସି ଏକ ପ୍ରାଇଭେଟ କମ୍ପାନୀରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ବଡ଼ ପଡା ର ଗଜାନନ ବାଗ(୬୨), ଗାଁ ରେ କୌଣସି କାମ ନ ମିଳିବାରୁ ଗତ ୪/୫ ତଳେ ପେଟପାଟଣା ପାଇଁ ହାଇଦ୍ରାବାଦ ଜିଲ୍ଲା ଉସ୍ମାନ ନଗର ରେ ଥିବା ଏକ ଠିକାସଂସ୍ଥା ନିକଟରେ କୋଠା କାର୍ଯ୍ୟ ରେ ନିୟୋଜିତ ରହିଥିଲେ।ତେବେ ଗତ ସପ୍ତାହରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାରୁ ସାଥି ଶ୍ରମିକ ଙ୍କୁ କହିବା ପରେ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ତେବେ ଚିକିତ୍ସା ଧୀନ ଅବସ୍ଥାରେ ଶୁକ୍ରବାର ତାର ମୃତ୍ୟୁ ହୋଇଥିଲା। ପରେ ଏନେଇ ସାଥି ଶ୍ରମିକ ଗଜାନନ ର ବିବାହିତା ଝିଅ ଓ ଭଉଣୀ ଚନ୍ଦ୍ରକଳା କୁ ଖବର ଦେଇଥିଲେ। ତେବେ ମୃତ୍ୟୁ ପରେ ଶବ ଭିଟାମାଟି କୁ ନେବାପାଇଁ ଠିକାସଂସ୍ଥା କୁ ନେବାପାଇଁ ଆମ୍ବୁଲାନ୍ସ ପାଇଁ କହିବାରୁ ସେ ମନା କରିବା ପରେ ଝିଅ ଓ ଭଉଣୀ ଧାର ଉଧାର କରି ଟଙ୍କା ପଠାଇବା ପରେ ହାଇଦ୍ରାବାଦ ରୁ ଏକ ଆମ୍ବୁଲାନ୍ସ ୪୫ ହଜାର ରେ ଭଡା କରି ସାଥି ରେ ଥିବା କୋକସରା ଗ୍ରାମ ର ଅନ୍ୟ ୨ ଶ୍ରମିକ ଶବ ନେଇ ଶନିବାର ଗାଁ କୁ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ମୃତକ ଗଜାନନ ର ଅନ୍ତିମ ସଂସ୍କାର ଗାଁ ମଶାଣି ରେ ଶେଷ ହୋଇଛି।ତେବେ ଗତବର୍ଷ କୋକସରା ବ୍ଲକ ର ପ୍ରାୟ ୧୧ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ୩ ମାସ ମଧ୍ୟରେ ୫/୬ ଜଣ ଦାଦନ ଙ୍କ ଶବ ଗାଁ କୁ ଫେରି ସାରିଛି,ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି।