Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଦାଗଡ଼ ଠାରେ ମହାବିଷ୍ଣୁ ଯଜ୍ଞ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋକସରା:୦୪/୦୩
ମହାବିଷ୍ଣୁ ଯଜ୍ଞ ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ହୋଇଥାଏ। ଯଜ୍ଞାନୁଷ୍ଠାନ ଦ୍ବାରା ଏକତା,ଭାତୃତ୍ୱଭାବ ବୃଦ୍ଧି ପାଏ। ଯଜ୍ଞ ସମସ୍ତ ଜୀବଜଗତରେ ଆଣେ ସନ୍ତୁଷ୍ଟି। ଯଜ୍ଞ ଦ୍ବାରା ବୃଷ୍ଟି, ସୃଷ୍ଟି, ପୃଷ୍ଟି, ତୃଷ୍ଟି ପ୍ରାପ୍ତି ହୋଇଥାଏ। ଏହିପରି ମହାନ ଉଦ୍ଦେଶ୍ୟ ରଖି କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦ ଗୁରୁଦେବ ସତ୍ୟାନନ୍ଦ ସରସ୍ୱତୀ ମହାରାଜା ଆଜକୁ ୪୦ବର୍ଷ ତଳେ ଶ୍ରୀ ଶ୍ରୀ ମହାବିଷ୍ଣୁ ଯଜ୍ଞର ପ୍ରାରମ୍ଭ କରିଥିଲେ। ଏବଂ ସଫଳତାର ସହ ମହାବିଷ୍ଣୁ ଯଜ୍ଞ ଆୟୋଜିତ ହୋଇ ଚଳିତ ବର୍ଷ ୪୧ତମ ବାର୍ଷିକ ଉତ୍ସବ ତଥା ପଞ୍ଚଦିବସୀୟ ଶ୍ରୀ ଶ୍ରୀ ମହାବିଷ୍ଣୁ ଯଜ୍ଞ କନ୍ଦାଗଡ,ଆମପାଣି ଠାରେ ସୃଷ୍ଟି ପ୍ରାରମ୍ଭ ଦିବସ ଅର୍ଥାତ ଅପ୍ରେଲ ୬ ରୁ ୧୦ ରିଖ ୨୦୨୪ରେ ଆୟୋଜନ ହେବ। ମହାବିଷ୍ଣୁ ଯଜ୍ଞ ଅବସରରେ ମନ୍ତ୍ରଦୀକ୍ଷା, ବ୍ରତୋପନୟନ,ମୁଣ୍ଡନ, କୁଣାବରୀ, ଅନ୍ନପ୍ରଶାନ,ବିଦ୍ୟାରମ୍ଭ ପରି ସଂସ୍କାର କାର୍ଯ୍ୟକ୍ରମ ଏବଂ  ସନ୍ତାନଚରୁ,ଆରୋଗ୍ୟ ଚରୁ ବଣ୍ଟନ  ହେବ। ରବିବାର ଆଧ୍ୟାତ୍ମିକତା ଗବେଷକ, ଜଗନ୍ନାଥ ସଂସ୍କୃତି ପ୍ରଚାରକ,କାଳୀକୃଷ୍ଣ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀ ଙ୍କ ସ୍ୱହସ୍ତରେ ପବିତ୍ର ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ସଂଘର ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଜୀ ଙ୍କ ତତ୍ତ୍ୱାବଧାନରେ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାବେଳେ ଆଚାର୍ଯ୍ୟ ଶ୍ରୀ ତୋଷାନନ୍ଦ, ଶ୍ରୀ ପ୍ରେମାନନ୍ଦ, ସହଯୋଗ କରିଥିଲେ। ଭୂମିପୂଜନ କାର୍ଯ୍ୟକ୍ରମ ରେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ,ଆମପାଣି ଯୋନ ଜିଲ୍ଲାପରିଷଦ ସଭ୍ୟ ହେମନ୍ତ ମାଝି,କୋକସରା ବ୍ଲକ ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ, ସମେତ ଶ୍ରୀକ୍ରିୟାନନ୍ଦ, ଶ୍ରୀ ଦେବାନନ୍ଦ,ଶ୍ରୀ ସର୍ବାନନ୍ଦ,ଶ୍ରୀ ପ୍ରିୟାନନ୍ଦ, ଶ୍ରୀ ମାଧବାନନ୍ଦ, ଜିତେନ୍ଦ୍ର ପଣ୍ଡା, ତନୁକଲାଲ ନାଗ,ନବୀନ ରାଉତ, ସୁଜିତ ଠାକୁର,ସୁଶାନ୍ତ ମେହେର, ସଦାଶିବ ମହାରଣା, କୈଳାସ ନାଏକ, ନବୀନ ମେହେର,ମୋହନ ମେହେର,ଶ୍ରୀ ଗିରିଜାନନ୍ଦ,ଶ୍ରୀ ମୁକୁଦାନନ୍ଦ ଉପସ୍ଥିତ ଥିଲେ।କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାର ବିଭିନ୍ନ ଶାଖା ସମେତ କନ୍ଦାଗଡ ଶାଖା ସଂଘର ଭାଇ,ଭଉଣୀମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories