Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ଙ୍କ ବିୟୋଗ ରେ ଶୋକସଭା।

କୋକସରା:୦୪/୦୩
କଳାହାଣ୍ଡି ଜିଲ୍ଲା ତଥା କୋକସରା ବ୍ଲକ ଲଡୁଗାଁ ର ଜଣେ ବିଶିଷ୍ଟ ଶିଳ୍ପପତି ସମାଜସେବୀ ତ୍ରିଲୋଚନ ଅଗ୍ରୱାଲ ଙ୍କ ଅକାଳ ବିୟୋଗ ରେ ଶନିବାର ଲଡୁଗାଁ ସ୍ଥିତ ଶ୍ରୀରାମ ମାମୋ ଦେବୀ ଧର୍ମଶାଳା ରେ ଏକ ଶୋକସଭା ର ଆୟୋଜନ କରାଯାଇଛି। ଏହି ଶୋକସଭା ରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତ ରୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ବୁଦ୍ଧିଜୀବୀ, ସଚେତନ ନାଗରିକ,ସାମ୍ବାଦିକ ମାନେ ଉପସ୍ଥିତ ରହି ଅମର ଆତ୍ମା ର ସଦଗତି କାମନା କରି ନିରବ ପ୍ରାର୍ଥନା କରିବା ପରେ ଶୋକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଦିବଙ୍ଗତ ତ୍ରିଲୋଚନ ଅଗ୍ରୱାଲ ଜଣେ ଶିଳ୍ପପତି ସହ ଜଣେ ସମାଜସେବୀ ଭାବେ କଳାହାଣ୍ଡିର ଜିଲ୍ଲା ର ଜଣେ ପରିଚିତ ନାମ ରହିଥିଲେ। ତାଙ୍କ ଉଦ୍ୟମ ରେ ଲଡୁଗାଁ ଠାରେ ମାମୋଦେବୀ ଦାତବ୍ୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲି ଅଞ୍ଚଳ ର ହଜାର ହଜାର ଅସହାୟ,ନିରୀହ, ଗରିବ ଶ୍ରେଣୀର ଲୋକଙ୍କ ଚିକିତ୍ସା ସେବା ସହ ମାଗଣା ରେ ଔଷଧ ଓ ଆମ୍ବୁଲାନ୍ସ ସେବା,ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ପଢ଼ୁଥିବା ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କୁ ହେଉ ଅବା ବିବାହ ଯୋଗ୍ୟ କନ୍ୟା ଙ୍କୁ ମଧ୍ୟ ପ୍ରଦାନ କରି ଅଞ୍ଚଳର ଜନସାଧାରଣ ଙ୍କ ସେବା କରି ଆସୁଥିଲେ। ଶୋକସଭା ରେ ଉପସ୍ଥିତ ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ସାମ୍ବାଦିକ ମାନେ ତାଙ୍କର ଏହି ମହତ କାର୍ଯ୍ୟ ଚିର ସ୍ମରଣୀୟ ହୋଇ ରହିବ ଓ ପରବର୍ତ୍ତୀ ତାଙ୍କ ପିଢ଼ି ମଧ୍ୟ ସେବା ମନୋଭାବ ନେଇ ସମାଜସେବା କାର୍ଯ୍ୟ ଜାରି ରଖିବାକୁ ମତ ପ୍ରକାଶ କରିଥିଲେ। ଶୋକସଭା ରେ ସ୍ବର୍ଗତ ତ୍ରିଲୋଚନ ଅଗ୍ରୱାଲ ଙ୍କ ଭାଇ ରମେଶ ଅଗ୍ରୱାଲ, ଅମର ଅଗ୍ରୱାଲ, ପୁତ୍ରି କୃଷ୍ନା କୁମାରୀ ଅଗ୍ରୱାଲ, ରାଜୀବ କୁମାର ଅଗ୍ରୱାଲ, ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଯୁବନେତା ମାନସ ରଞ୍ଜନ ବାଗ,ବିଜେପି ନେତା ବିଜୟଦେଵ ସାହୁ, ଦୀପଜ୍ୟୋତି ମୁଣ୍ଡ,ଶିକ୍ଷାବିଦ ତ୍ରିନାଥ ଠାକୁର,ଅଶୋକ କୁମାର ଦାସ,ଦୁର୍ଗା ପ୍ରସାଦ ଅଗ୍ରୱାଲ, ଯୁଗଳ କିଶୋର ଅଗ୍ରୱାଲ, ଅଶୋକ ଅଗ୍ରୱାଲ,ଲଡୁଗାଁ ସରପଞ୍ଚ ନକୁଳ ନାଏକ,ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା,ଅଂଶୁମାନ ପାତ୍ର, ଅଜିତ ସିଂ, ଇଙ୍ଗିତ ପଣ୍ଡା,ସନତ ପ୍ରଧାନୀ,ଶରତ ରାଉତ ମନ ପ୍ରଧାନ, ଓ କଳାହାଣ୍ଡି ଜିଲ୍ଲା ସମସ୍ତ ବ୍ଲକ ଅଞ୍ଚଳ ରୁ ଶତାଧିକ ଜନସାଧାରଣ ଉପସ୍ଥିତ ରହି ଦିବଙ୍ଗତ ଆତ୍ମା ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମଞ୍ଚ ପରିଚାଳନା ରେ ପଙ୍କଜ ମୁଖ ଚୌଧୁରୀ ଓ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories