Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଠାରେ ବିଜୁ ଜୟନ୍ତୀ ପାଳନ,ନବୀନ ପଟ୍ଟନାୟକ ଙ୍କ ହାତ ମୁଠା କୁ ଟାଣ କରିବାକୁ ଆହ୍ଵାନ।

କୋକସରା:୦୫/୦୩
ଓଡିଶା ଜନ ନାୟକ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ଆଜି କୋକସରା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ କୋକସରା ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଉପସ୍ଥିତ ରହି ବିଜୁବାବୁଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ କରିବା ସହ ଓଡ଼ିଶାର ବିକାଶ ର ବିନ୍ଧାଣି ବିଜୁବାବୁଙ୍କ ସ୍ମୃତି ଚାରଣ ଓ ତାଙ୍କ ଅବଦାନ ବିଷୟରେ ଉପସ୍ଥିତ ବିଜେଡି କର୍ମକର୍ତ୍ତା ଙ୍କୁ କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଶାସନ ରେ ସ୍ବର୍ଣ୍ଣିମ ଓଡିଶା ର ବିକାଶରେ ଗୁଣ୍ଡୁଚି ମୂଷା ହେବାକୁ ଆହ୍ୱାନ ଦେଇଥିଲେ। ଏହି ଅବସର ରେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, କୋକସରା ଯୋନ ରୁ ତ୍ରିନାଥ ବାଗ, ମୋଟେର ଯୋନ ରୁ ବୈଜୟନ୍ତି ପୁଝାରି,ବିଜେଡି ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼,ବରିଷ୍ଠ ନେତା ଧବଳେଶ୍ବର ନାଗ,ଋତୁରାଜ ମାଝୀ, ମହେଶ ଗୁପ୍ତା,ଛାତ୍ର ଯୁବନେତା ମାନସ ବେହେରା,କୁମୁଦ ବେହେରା, ରବି ଦାସ,ଶଶାଙ୍କ ପୁରୋହିତ, ନରେନ୍ଦ୍ର ଧ ମାଝୀ, ସୁରେଶ ସାହୁ, ତାପସ ରାୟ, ଅଜୟ ସାହୁ, ଅରବିନ୍ଦ ପଟ୍ଟନାୟକ,ପ୍ରମୋଦ କୁମାର ପ୍ରଧାନୀ, ବନମାଳୀ ପ୍ରଧାନୀ, ବ୍ଲକ ନାରିନେତ୍ରୀ ଅଶୋକା ନାଏକ,କୁନ୍ତି ଖର୍ସେଲ ଓ ଅନ୍ୟ ଦଲୀୟ କର୍ମୀମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories