Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବକ ର ଟାଙ୍ଗିଆ ଚୋଟ ରେ ବୃଦ୍ଧ ମୃତ , ଗୁଣି ଗାରେଡ଼ିରେ ହତ୍ୟାକାଣ୍ଡ ସନ୍ଦେହ।

କୋକସରା:୦୫/୦୩ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଟେମିରି ଗାଁ ରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି।ଜଣେ ବୃଦ୍ଧ ଙ୍କ ମୃତ ଦେହ କୁ ପୋଲିସ ଠାବ କରିଛି।ଚାଞ୍ଚଲ୍ୟ କର ଘଟଣା କୁ ନେଇ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି।ତେବେ ମିଳିଥିବା ସୂଚନା ମତେ ଜଣେ ବୃଦ୍ଧ କୁ ଘରକୁ ଡ଼ାକି ଯୁବକ ଜଣକ ଟାଙ୍ଗିଆ ଚୋଟ ରେଆକ୍ରମଣ କରିଥିଲେ।ମୃତକ ଜଣକ ସେହି ଗାଁ ର ସଦାନନ୍ଦ ଭୋଇ ବୋଲି ଜଣାପଡିଛି। ହତ୍ୟାକାରୀ ଯୁବକ ହେମନ୍ତ ବାଗ ଓ ତାଙ୍କ ସ୍ତ୍ରୀ ଗୋଲାମୁଣ୍ଡା ପୋଲିସ୍ ଦ୍ଵାରା ଅଟକଥିବା ସୂଚନା ମିଳିଛି। ହତ୍ୟା ର କାରଣ ଅସ୍ପଷ୍ଟ ରହିଥିଲେ ବି ଏହା ଏକ ଗୁଣି ଗାରେଡି କୁ ସନ୍ଧେହ କରି ହତ୍ୟା ହୋଇଥିବା ଆଲୋଚନା ହେଉଛି। ଗତକାଲି ସନ୍ଧ୍ୟା ସମୟ ରେ ସଦାନନ୍ଦ ଙ୍କୁ ହେମନ୍ତ ବାଗ ନିଜ ଘରକୁ ଡାକି ଥିବା ଓ ପରବର୍ତ୍ତୀ ସମୟରେ ଟାଙ୍ଗିଆ ରେ ଆକ୍ରମଣ କରିଥିବା କୁହାଯାଇଛି। ଖବର ପାଇଁ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରି ଦୁହେଁ ସ୍ଵାମୀ ସ୍ତ୍ରୀ କୁ ଅଟକ ରଖିଛି।ପ୍ରାଥମିକତା ରୁ ଗୁଣି ଗାରେଡ଼ି ସନ୍ଧେହ ରୁ ହତ୍ୟା ହୋଇଥିବା ଅନୁମାନ କରିଛି ପୋଲିସ।ତେବେ ଅଧିକ ତଦନ୍ତ ପୋଲିସ ଜାରି ରଖି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଡାକ୍ତର ଖାନା କୁ ପଠାଇଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ତାର ପ୍ରକୃତ ସତ୍ୟା ସତ୍ୟ ଜଣା ପଡ଼ିବ ବୋଲି ପୋଲିସ ସୂଚନା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories