Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ।

କୋକସରା୦୫/୦୩ ରାଜ୍ୟରେ ମଙ୍ଗଳବାର ଦିନ ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି।ଧର୍ମଗଡ ନିର୍ବାଚନ ମଣ୍ଡଳୀ ରବିଭିନ୍ନ ସରକାରୀ ,ବେସରକାରୀ କାର୍ଯ୍ୟାଳୟ ଠାରେ ପାଳନ ହୋଇଥିବା ବେଳେ ଧର୍ମଗଡ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ ପାଳନ ହୋଇଯାଇଛି।କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ଙ୍କ ସମେତ ଅନେକ କର୍ମକର୍ତ୍ତା ଯୋଗ ଦେଇ ମହାନ ପୁରୁଷଙ୍କ ଫୋଟ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଆୟୋଜନ ସଭା ରେ ମଞ୍ଚସିନ ଅତିଥିମାନେ ପ୍ରବାଦ ପୁରୁଷ ଙ୍କ ବିଜୁବାବୁଙ୍କ ଉପରେ ମତ ପ୍ରକାଶ କରିଥିଲେ।ଓଡ଼ିଶାର ବିକାଶ ,ସ୍ୱାଭିମାନ କଥା ଉଠିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କୁ ବୁଝାଯାଏ।ତାଙ୍କ ଆଦର୍ଶ ପ୍ରେରଣା ରେ ଅନୁପ୍ରାଣିତ ହେବା ଆବଶ୍ୟକ ରହିଛି ।ବିଶେଷ ଭାବେ ଯୁବପିଢି ତାଙ୍କ ଆଦର୍ଶ କୁ ଅନୁସରଣ କରି ରାଜ୍ୟ ତଥା ଦେଶ ର ବିକାଶ ରେ ପ୍ରମୁଖ ଭୂମିକା ଲିଭାଇ ପାରିବେ।କେବଳ ପ୍ରବାଦ ପୁରୁଷ ରାଜ୍ୟ ରେ ନୁହେଁ-ସାରା ବିଶ୍ୱରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି -ତାଙ୍କ ରାଜନୀତିକ ଜୀବନ ରେ ବିଧାନସଭା ଭିତରେ ଉଭୟ ଶାସକ ବିରୋଧୀ ସ୍ଵର୍ଗୀୟ ବିଜୁବାବୁ ଙ୍କୁ ସମ୍ମାନ ଦେବା ସହ ତାଙ୍କର କଥା ପଦେ କୁ ପ୍ରେରଣା ଭାବେ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ କହିଥିଲେ। କାର୍ଯ୍ୟକ୍ରମ ରେ ବିଜୁ ମହିଳା ପଯ୍ୟବେଷକ ଜୋସ୍ନାରାଣୀ ପରିଡା, ଉପସଭାପତି ମହିଳା ମୋର୍ଚ୍ଚା ସମିତା ନାଏକ,ଧର୍ମଗଡ ଏନଏସି ଉପାଧ୍ୟକ୍ଷ ମନୀଷା ମିଶ୍ର,ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା କଲ୍ୟାଣି ନାଏକ,ପୂର୍ବତନ ଅଧ୍ୟକ୍ଷା ହୀରାବାଗ,ବରିଷ୍ଠ ବିଜେଡି ନେତା ଥବିର ପ୍ରସାଦ ସାହୁ,ଉପଦେଷ୍ଟା ଆଇନଜୀବୀ ରାଜେନ୍ଦ୍ର ମୁନି,ଅଜିତ ସାହୁ,ପ୍ରଦୀପ ମୁଣ୍ଡ,ବିବେକ ରଞ୍ଜନ ମିଶ୍ର,ରାଜେନ୍ଦ୍ର ନାଏକ,ଟିକମନ ୟାଦବ,ଗୌରଚନ୍ଦ୍ର ଛତ୍ରୀଆ,ମଦନ ନାଏକ,ଅଶୋକ କୁମାର ପଟ୍ଟଯୋଶୀ, ବିଦ୍ୟସିଂ ମହାନ୍ତି,ଅନିରୁଦ୍ଧ ଲହଜଳ,ବିଧାୟକ ପ୍ରତିନିଧି ସ୍ୱାଧୀନ ବାଗ,ପ୍ରଶାନ୍ତ ତିବାରି,ଭବେଶ ଗଇନ୍ଟା,ଗୌର ବାଗ,ଚିଙ୍କୁ ପଣ୍ଡା,ସଞ୍ଜୀବ ପଣ୍ଡା,ଶଙ୍କର ଜୁଏଡ଼,ପ୍ରଣବ ପ୍ରକାଶ ଭାଇସାଲ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରି ପ୍ରମୁଖ ଉପସ୍ଥିତ ରହିଥିଲେ।କାର୍ଯ୍ୟକ୍ରମ ରେ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରୁ ଶହ ଶହ କର୍ମକର୍ତ୍ତା ଉପସ୍ଥିତ ରହିଥିବା ନଜର ରହିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories