Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନନୀ ଆମ୍ବୁଲାନ୍ସ ରେ ଜନ୍ମ ନେଲା ନବଜାତକ।

କୋକସରା:୦୫/୦୩
ଆଜି ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ବେଦନା ହେବାପରେ ପରିବାର ଲୋକେ ଜନନୀ ଆମ୍ବୁଲାନ୍ସ କୁ ଫୋନ କରିବାରୁ ପ୍ରସୂତି ମହିଳା ଙ୍କୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ଆସିବା ପୂର୍ବରୁ ଆମ୍ବୁଲାନ୍ସ ମଧ୍ୟରେ ପ୍ରସୂତି ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ। ସୂଚନା ମତେ କୋକସରା ବ୍ଲକ ମହିମା ଗାଁ ର ଦେବିସିଂ ମାଝୀ ଙ୍କ ସ୍ତ୍ରୀ ଭୂମିସୁତା ମାଝୀ ଙ୍କୁ ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆଶା ଦିଦି ସୁକାନ୍ତି ନାଏକ ଜନନୀ ଆମ୍ବୁଲାନ୍ସ ରେ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ।ଆସୁଥିବା ବେଳେ ଅଧା ବାଟରେ ଗର୍ଭବତୀ ମହିଳା ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ, ତେବେ ଆଶା ଦିଦି ଙ୍କ ଉପସ୍ଥିତ ବୁଦ୍ଧି ଓ ଚିକିତ୍ସା ଯୋଗୁ ନବଜାତକ ଶିଶୁ ଓ ମା ସୁସ୍ଥ ଭାବେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚିବା ପରେ ତାଙ୍କ ର ଚିକିତ୍ସା ଆରମ୍ଭ ହୋଇଛି। ମା ଓ ନବଜାତକ ଶିଶୁ ବର୍ତ୍ତମାନ ସୁସ୍ଥ ଥିବା ନେଇ ଆଶା ଦିଦି ସୁକାନ୍ତି ନାଏକ କହିଛନ୍ତି।