Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର ଓ ବାଇକ ମୁହାଁମୁହିଁ ଧକ୍କା, ଦୁଇ ଯୁବକଙ୍କ ମୃତ୍ୟୁ ସୂଚନା ।

କଳାହାଣ୍ଡି:୦୫/୦୩
ଆର୍ଟିଗାଁ କାର ଏବଂ ବାଇକ ମୁହାଁମୁହିଁ ଧକ୍କା ଦୁଇ ମୃତ l ମୃତକ ମାନେ ହେଲେ ଧର୍ମଗଡ ଥାନା ଦାବରୀପଦର ଗାଁ ର ଧନଞ୍ଜୟ ହେରନା ଏବଂ କିଶୋର ହେରନା l ଜୁନାଗଡ଼ ଥାନା ନକଟିଗୁଡା ରୁ ଭୋଜିଖାଇ ବାଇକ ରେ ଗାଁ କୁ ଫେରୁଥିଲେ ଏହି ସମୟରେ ଧର୍ମଗଡ ରୁ ଭବାନୀପାଟଣା ଯାଉଥିବା ଏକ ଆର୍ଟିଗା କାର ସହିତ ବାଇକ ର ଧକ୍କା ହୋଇଥିଲା l ଦୁର୍ଘଟଣା ଏତେ ଜୋରରେ ହୋଇଥିଲା କି ଘଟଣା ସ୍ଥଳରେ ଧନଞ୍ଜୟ ହେରନା ଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଗୁରୁତର କିଶୋର ହେରନା କୁ ଜୁନାଗଡ଼ ହସ୍ପିଟାଲ ପରେ ଭବାନୀପାଟଣା ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ବର୍ତମାନର ସୂଚନା ଅନୁଯାଇ ଦୁଇ ଜଣ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories