Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋ ସ୍କୁଲ ଅଭିଯାନ ବିଦ୍ୟାଳୟ ସ୍ତରୀୟ ଉତ୍ସଵ ଅନୁଷ୍ଠିତ।

କୋକସରା:୦୭/୦୩
କୋକସରା ସଦର ମହକୁମା ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁବାର ମୋ ସ୍କୁଲ ଅଭିଯାନ ବିଦ୍ୟାଳୟ ସ୍ତରୀୟ ଉତ୍ସଵ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ସ୍କୁଲ ର ପୁରାତନ ଛାତ୍ର ତଥା ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିଦ ମିନିକେତନ ପ୍ରଧାନୀ,ପୂର୍ବତନ କଲେଜ ଅଧ୍ୟକ୍ଷ ଗୋବର୍ଦ୍ଧନ ବାଗ, ପୁରୁଷୋତ୍ତମ ଗୁପ୍ତା, ଜଗବନ୍ଧୁ ମାଝୀ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ମୋ ସ୍କୁଲ ଅଭିଯାନ ରେ ପୂର୍ବତନ ଛାତ୍ରଛାତ୍ରୀ, ଆଲୁମିନା ମାନେ ସ୍କୁଲ ର ଭିତ୍ତିଭୂମି ବିକାଶ ପାଇଁ ହାତ ବଢ଼ାଇ ଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଟି ଯୋଜନାରେ ସ୍କୁଲ ର ରୂପାନ୍ତକରଣ ଛାତ୍ରଛାତ୍ରୀ ଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ପ୍ରତେକ ବିଦ୍ୟାଳୟ ରେ ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ, ବିଜ୍ଞାନାଗାର, ଖେଳ ପଡ଼ିଆ ବିଶୁଦ୍ଧ ପାନୀୟ ଜଳ, ଯୋଗା,ଶୌଚାଳୟ ଭଳି ସୁବିଧା ଉପଲବ୍ଧ ରହିଛି। ଯାହାକି ଛାତ୍ରଛାତ୍ରୀ ଙ୍କ ମାନସିକ,ଶାରୀରିକ ବିକାଶ ଦିଗରେ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ। ଏହି ଅବସର ରେ ମୋ ସ୍କୁଲ ଅଭିଯାନ ର ସଭାପତି ଭାବେ ମିନିକେତନ ପ୍ରଧାନୀ ଓ ସମ୍ପାଦକ ଭାବେ ପରମାନନ୍ଦ ଗୁପ୍ତା ଙ୍କୁ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମ ରେ ଏସ ଏମ ଡି ସି ସଦସ୍ୟ ତ୍ରିଭୁବନ ନାଏକ ,ସନତ ପ୍ରଧାନୀ,ପୂର୍ବତନ ଛାତ୍ର ଐରି ନାସନ ଚିନ୍ଦା,ଦେବାନନ୍ଦ ରାଉତ,ଉତ୍ତମ ପଣ୍ଡା, ସିଂ ସମେତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories