Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମିତି ସଭ୍ୟା ଙ୍କ ନେତୃତ୍ୱରେ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ତହସିଲଦାର ଓ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

କୋକସରା:୦୭/୦୩
କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ସମିତି ସଭ୍ୟା ରଶ୍ମିତା ଦୁରୀଆ ଙ୍କ ନେତୃତ୍ୱରେ ଜୟପାଟଣା ପଞ୍ଚାୟତର ବିଭିନ୍ନ ସମସ୍ୟା କୁ ନେଇ ଏକ ଶୋଭାଯାତ୍ରା ଯାଦବ ଭବନ ନିକଟରୁ ବାହାରି ତହସିଲରେ ଦାବିପତ୍ର ପ୍ରଦାନ ପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭା କରିବା ପରେ ଏବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ଏଥିରେ ଅଞ୍ଚଳରେ ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ
ତାଙ୍କର ୧୦ ଗୋଟି ପ୍ରମୁଖ ଦାବି ରହିଛି। ନୂତନ ରାସନ କାର୍ଡ ପ୍ରଦାନ ତଥା ପୁରୁଣା ରେସନ କାର୍ଡ ରେ ନୂତନ ସଦସ୍ୟ କୁ ଅନ୍ତର୍ଭୁକ୍ତ କରାଯାଉ।ସରକାରୀ ଜମି ରେ ବସବାସ କରୁଥିବା ଜମିହୀନ ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ଶୌଚାଳୟ,ପାନୀୟ ଜଳ ଯୋଗାଣ, ବିପିଏଲ ହିତାଧିକାରୀ ଙ୍କୁ ମାଗଣା ବିଦ୍ୟୁତ ସଂଯୋଗ ସହ କୁଟୀର ଜ୍ୟୋତି ବିଦ୍ୟୁତ ଉପଭୋକ୍ତା ଙ୍କ ବକେୟା ବିଲ ଛାଡ଼ କରାଯାଉ।ଜୟପାଟଣା ହସ୍ପିଟାଲରେ ଖାଲି ପଡିଥିବା ବିଶେଷଜ୍ଞ ଡାକ୍ତର ଓ ପଦବୀ ର ପୂରଣ, ଇନ୍ଦ୍ରାବତୀ ଯୁକ୍ତ ଦୁଇ ମହାବିଦ୍ୟାଳୟ କୁ ଜି. ଆଇ.ଏ -୧୯୯୪ ପ୍ରଦାନ କରାଯାଉ ।ଆବାସ ଯୋଜନାରୁ ବାଡ଼ ପଡିଥିବା ହିତାଧିକାରୀ ମାନଙ୍କୁ ଶୀଘ୍ର ଆବାସ ଯୋଗାଇ ଦେବାକୁ ଦାବି କରାଯାଇଛି।ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନର ଆଶ୍ରୟ ନେବେ ବୋଲି ସମିତି ସଭ୍ୟା ଶ୍ରୀମତୀ ଦୁରିଆ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories