Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳା ଦିବସରେ ଲକ୍ଷ୍ୟଭେଦ ପ୍ରତିଯୋଗିତା,ମହିଳାମାନେ ସଶକ୍ତ ହେଲେ ରାଷ୍ଟ୍ର ସଶକ୍ତ ହେବ

କଳାହାଣ୍ଡି:୦୭/୦୩
ନ୍ୟାସନାଲ ୟୁନିଅନ ଅଫ ବ୍ୟାକୱାର୍ଡ କ୍ଲାସ ଓ କଳାହାଣ୍ଡି ବିକାଶ ପରିଷଦର ମିଳିତ ଆୟୋଜନରେ ଗୁରୁବାର ଦିନ ମହିଳା ଦିବସ ପାଳନ କରାଯାଇଛି। ପଛୁଆ, ବିଶେଷକରି ଏସସି, ଏସଟି ଓ ମାଇନରିଟି ବର୍ଗଙ୍କ ବିକାଶ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଲାଞ୍ଜିଗଡ଼ସ୍ଥିତ ବେନ ଗାଁ ହାଇସ୍କୁଲ ପ୍ରାଙ୍ଗଣରେ ପୂର୍ବାହ୍ନ ୧୦ଟାରେ ଆୟୋଜିତ ଏହି ଦିବସ ପାଳନ କାର୍ଯ୍ୟକ୍ରମରେ ସୁକୃ ମାଝୀ ସଭାପତିତ୍ୱ କରିଥିଲେ। ଭାଗୀରଥୀ ଧାଙ୍ଗଡାମାଝି ସ୍ୱାଗତ ଭାଷଣ ପ୍ରଦାନ ଓ ସେହେନାଜ ଅଖତର ଅନୁଷ୍ଠାନର ବିବରଣୀ ପାଠ କରିଥିଲେ। ଦୀପକ ଗୌଡ଼ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ବିଜେପି ଓବିସି ମୋର୍ଚା ରାଜ୍ୟ ଉପସଭାପତି ରାମ ଚନ୍ଦ୍ର ବେହେରା ସ୍ଥାନୀୟ ସମସ୍ୟା ଉପରେ ଆଲୋକପାତ କରିଥିଲେ। କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ଼ ସୁନୀତି ମୁଣ୍ଡ ସଚେତନତା ବାର୍ତ୍ତା ପ୍ରଦାନ କରିବା ଅବସରରେ ମହିଳାମାନଙ୍କର ସମାଜରେ ଥିବା ସମାନ ଅଧିକାର ଓ ସମ୍ବିଧାନ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ନାରୀ ସଶକ୍ତିକରଣ କେବଳ କଥା ଓ ଭାଷଣରେ ସୀମିତ ନରହି ଵାସ୍ତବ ରୂପାୟନ ହେବା ଉପରେ ସେ ଜୋର ଦେଇଥିଲେ। ଏହି ଅବସରରେ ସ୍ଥାନୀୟ ମହିଳାଙ୍କ ମଧ୍ୟରେ ଲକ୍ଷ୍ୟଭେଦ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ନାଗ ମହିଳା ଦିବସର ମହତ୍ତ୍ୱ ସମ୍ପର୍କରେ କହିଥିଲେ। ପୂର୍ବତନ ସରପଞ୍ଚ ଫୁଲ ମେ ମାଝୀ ଧନ୍ୟବାଦ ପ୍ରଦାନ କରିଥିଲେ।ଏହା ପରେ ପରେ ଲାଞ୍ଜିଗଡ଼ ସରକାରୀ ଆଶ୍ରମ ସ୍କୁଲ ଠାରେ ବାଳିକାମାନଙ୍କ ଦ୍ଵାରା 2024 33% ଆରକ୍ଷଣକୁ ଲକ୍ଷ୍ୟଭେଦ କରାଯାଇଥିଲା। ଏଥିରେ କୋଚ୍ ସୀମାଞ୍ଚଳ ଓ ଶିକ୍ଷୟତ୍ରୀ ମମତା ମାଝୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ପ୍ରାୟ ଏକ ହଜାର ମହିଳାଙ୍କୁ ସାନିଟାରୀ ପେଡ଼ ପ୍ରଦାନ କରିବା ସହିତ ତାହାର ବ୍ୟବହାର ସମ୍ପର୍କରେ ସଚେତନ କରାଯାଇଥିଲା।