Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେହେରା ଠାରେ ଜିଲ୍ଲା ସ୍ତରୀୟ କୋଶଲିଆ ଯୁବ ଯାଦବ ସମ୍ମିଳନୀ ।

କୋକସରା:୦୯/୦୩
ସଂଗଠିତ ହେଲେ ସାମ୍ପ୍ରଦାୟିକ କ୍ଷେତ୍ରରେ ଉନ୍ନତି ବୃଦ୍ଧି ପାଇବା ସହିତ ଅର୍ଥନୀତି ସୁଦୃଢ ହୋଇ ପାରିବ । ଆଜିର ଦିନରେ ଏକତା ଓ ସଂଗଠିତ ହେବା ଆବଶ୍ୟକ ରହିଛି । ଏକତା ରହିଲେ ସମାଜ ଉନ୍ନତି କରଣ ହେବାସହ ରାଜନୈତିକ କ୍ଷେତ୍ରରେ ସମ୍ପ୍ରଦାୟର ଗୁରୁତ୍ଵ ଭୂମିକା ରହିବ ବୋଲି ଶନିବାର ଦିନ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କୋଶଲିଆ ଯୁବ ଯାଦବ ସମାଜ ସମ୍ମିଳନୀ ରେ ମଞ୍ଚାଷିନ ସମାଜର ବରିଷ୍ଠ କର୍ମକର୍ତ୍ତା କହିଥିଲେ ।ଧର୍ମଗଡ ବ୍ଲକ୍ ବେହେରା ଗୋରୁ ବଜାର ପ୍ରାଙ୍ଗଣ ଠାରେ ଦଣ୍ଡପାଟ କୋଶଲିଆ ଯୁବ ଯାଦବ ସମାଜ ସଂଗଠନ ସଭାପତି କିଶୋର ଚନ୍ଦ୍ର ନାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚାରଗଡ କୋଶଲିଆ ସମାଜ ପ୍ରବକ୍ତା ଭୁବନେଶ୍ଵର ରାଉତ,ମୁଖ୍ୟ ବକ୍ତା ନୂଆପଡ଼ା କୋଶଲିଆ ଯାଦବ ସମାଜ ସମ୍ପାଦକ ତୁଳସୀ ରାମ ରାଉତ, ସମ୍ମାନିତ ଅତିଥି ଭାବେ ବେହେରା ଆଞ୍ଚଳିକ ସଭାପତି ତୁଳସୀ ରାମ ଗୋପାଲ, କଳାହାଣ୍ଡି କୋଶଲିଆ ଯାଦବ ସମାଜ ସମ୍ପାଦକ ହରି ପ୍ରାସାଦ ବାଗ, ଧର୍ମଗଡ଼ ବ୍ଲକ୍ ସଭାପତି ହେମନ୍ତ ନାଗ, କଳାହାଣ୍ଡି ମହିଳା ମଞ୍ଚ ସଭାପତି ପ୍ରେମା ବାଣୁଆ, ଦାଣ୍ଡପାଟ ମହିଳା ସଂଗଠନ ସଭାପତି ସୁଚିତ୍ରା ଗୋପାଲ, ଡାଲେଶ୍ୱରି ସିନ୍ଦୂର ପ୍ରମୁଖ ଯୋଗ ଦେଇ କୋଷଳିଆ ଯାଦବ ସମାଜ ର ଯୁବ ବର୍ଗ କିପରି ନିଜ ଜାତିର ଭାଷା,ପରମ୍ପରା ଓ ପ୍ରଥାକୁ ସୁରକ୍ଷା ଦେଇ ଗତିଶୀଳ କରାଇବେ ଏବଂ ନିଜକୁ ଶିକ୍ଷା ,ବ୍ୟବସାୟ ,ଚାକିରି କ୍ଷେତ୍ରରେ ଅଗ୍ରଣୀ କରି ଏକ ଶୈଖିକ ଆର୍ଥିକ ସୁଦୃଢ ସମାଜ ଗଠନରେ ଭାଗିଦାରୀ ହେବା ସେହି ପ୍ରେରଣାରେ ଯୁବକ ମାନଙ୍କୁ ଅଭିପ୍ରେରିତ କରିବା ହେଉଛି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟେଶ୍ଵ ବୋଲି ନିଜ ନିଜ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ସହ ଶହ ମହିଳା ପୁରୁଷ ଯୋଗ ଦେଇଥିଲେ ।କାର୍ଯ୍ୟ କ୍ରମକୁ କ୍ଷୀର ସିନ୍ଧୁ ବାଣୁଆ,ଦେବାନନ୍ଦ ରାଉତ ପରିଚାଳନା କରିଥିବା ବେଳେ ଦଣ୍ଡପାଟ କୋଶଲିଆ ଯାଦବ ସମାଜ କର୍ମକର୍ତ୍ତା ଗୁଣ ନିଧି ନାଗ, ଇଶ୍ଵର ବାଣୁଆ,ଗଙ୍ଗାଧର ନାଗ,ବିପିନ ଘଉତ,ଭିକାରୀ ଚରଣ ଗୋପାଲ,ଚମନ୍ ଗୋପାଲ,ବିବାଧର ଭଇଁଶାଲ,ଗଜେନ୍ଦ୍ର ଭଇଁଶାଲ ପ୍ରମୁଖ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories