Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଶିକ୍ଷାନୁଷ୍ଠାନ ରେ ବିକାଶ ମେଧାବୀ ପରୀକ୍ଷା – ୨୦୨୪ ଅନୁଷ୍ଠିତ।

କଳାହାଣ୍ଡି:୧୦/୦୩
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ବିକାଶ ଶିକ୍ଷାନୁଷ୍ଠାନର ୱିସଡମ୍ ପାର୍କ ପରିସରରେ ସି.ଏଚ.ଏସ.ଇ ବିକାଶ ମେଧାବୀ ପରୀକ୍ଷା ୨୦୨୪ – ୨୫ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡିଶା ବିକାଶ ଗ୍ରୁପ ଅଫ ଇନ୍‌ଷ୍ଟିଚ୍ୟୁସନ୍ କାର୍ଯ୍ୟ ର୍ନିବାହୀ ନିର୍ଦ୍ଦେଶକ, ଡି. ନାଗେଶ୍ଵର ରାଓ, ବିକାଶ ଗ୍ରୁପ ଅଫ ଇନ୍‌ଷ୍ଟିଚ୍ୟୁଟ୍ ପରିଚାଳନା ମଣ୍ଡଳୀ ସଦସ୍ୟ ଡି. ପ୍ରତାପ, ଭବାନୀପାଟଣା ନିର୍ଦ୍ଦେଶକ ଡି. ଶ୍ୟାମ ଓ ଡି. ରାମ କୁମାର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ପ୍ରମୁଖ ମଞ୍ଚାସୀନ ଥିଲେ। ମେଧାବୀ ପରୀକ୍ଷାରେ କଳାହାଣ୍ଡି ସମେତ ନୂଆପଡା, ନବରଙ୍ଗପୁର, ବଲାଙ୍ଗିର ଆଦି ପଡୋଶୀ ଜିଲ୍ଲାରୁ ସି.ଏଚଏସଇ.ରେ ଏକ ହଜାର ସତୁରୀ ଜଣ ବିଦ୍ୟାର୍ଥୀ ଭାଗ ନେଇଥିବା ବେଳେ, ଏକ ହଜାରରୁ ଊର୍ଦ୍ଧ୍ଵ ଅଭିଭାବକଙ୍କ ସମାଗମ ହୋଇଥିଲା। ମୁଖ୍ୟ ଅତିଥି ଡି. ନାଗେଶର ରାଓ ବିକାଶର ଗୁଣାତ୍ମକ ଶିକ୍ଷାର ମାନଦଣ୍ଡ ଉପରେ ବିଶଦ ଭାବରେ ବ୍ୟାଖ୍ୟା କରି ଶିକ୍ଷାର ସମସ୍ତ ଅନୁକୂଳ ବ୍ୟବସ୍ଥା ପୂରଣ କରିବାକୁ ବଦ୍ଧ ପରିକର ବୋଲି ଅଭିମତ ରଖିଥିଲେ। ନିର୍ଦ୍ଦେଶକ ଡି. ଶ୍ୟାମ ଭବାନୀପାଟଣାସ୍ଥିତ ବିକାଶ ଶିକ୍ଷାନୁଷ୍ଠାନରେ ରହିଥ‌ିବା ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସୁଚାଇଥିଲେ। ନିର୍ଦ୍ଦେଶକ ଡି. ରାମ କୁମାର ଶିକ୍ଷା ସହିତ ଅନ୍ୟାନ୍ୟ ସ‌ହଶିକ୍ଷାର ଭିତ୍ତିଭୂମି ଉପରେ ଗୁରୁତ୍ଵାରୋପ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ ବିଗତବର୍ଷର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ।
ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ନେଇ ଆୟୋଜିତ ହୋଇଥିବା ବିକାଶ ମେଧାବୀ ପରୀକ୍ଷା ର ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଆଜି ଆୟୋଜିତ ମେଧାବୀ ପରୀକ୍ଷାରେ କୃତକାର୍ଯ୍ୟ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀଙ୍କୁ ୧୫,୦୦୦ (ପ୍ରଥମ ସ୍ଥାନ), ୧୦,୦୦୦ (ଦ୍ଵିତୀୟ ସ୍ଥାନ), ୫,୦୦୦( ତୃତୀୟ ସ୍ଥାନ ) ମେଧାବୃତ୍ତି ସହ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଥିଲା। ଶିକ୍ଷକ ଲବକାନ୍ତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ ରହିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories