Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬ଦଫା ଦାବିରେ କୃଷକ ସଙ୍ଗଠନ ର ଗଣ ବିକ୍ଷୋଭ।

କୋକସରା:୧୪/୦୩
ଗୁରୁବାର ଦିନ ଧର୍ମଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନ ରେ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଚାଷୀ ଙ୍କ ପ୍ରମୁଖ ସମସ୍ୟା ଉପସ୍ଥାପନ କରି ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ମହିମ ରାଜ୍ୟପାଳ ଙ୍କୁ ୬ଦଫା ଦାବି ଦିଆଯାଇଛି।ପ୍ରମୁଖ ଦାବୀ ମଧ୍ୟରେ -ସମସ୍ତ କୃଷି ଋଣ ଛାଡ,ଏମ ଏସ ପି କୁ ଆଇନ ଗତ ମାନ୍ୟତା ଦେବା,ସରକାର ଧାନ କୁଇଟାଲ ପ୍ରତି ୫ଶହ ଟଙ୍କା ବୋନସ ଦେବା,ପ୍ରତ୍ୟେକ ପରିବାର କୁ ୩୦୦ୟୁନିଟ ବିଦ୍ୟୁତ ଦେୟ ମୁକ୍ତ କରିବା ଓ ଜଳ ସେଚନ ପାଇଁ ଚାଷୀ ଙ୍କୁ ବିଦ୍ୟୁତ ଦେୟ ମୁକ୍ତ କରିବା ଆଦି ଦାବୀ ରେ ଉଲ୍ଲେଖ ରହିଛି।ସଂଗଠନ ପକ୍ଷରୁ ପ୍ରଥମେ ସହର ପରିକ୍ରମା କରିବା ସହ ନାନା ପ୍ରକାର ନାରା ବାଜି ଦେଇ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭା ଆୟୋଜନ ହୋଇଥିଲା।ଏଥିରେ ଉପଖଣ୍ଡ ଅଞ୍ଚଳ ର ବିଭିନ୍ନ ସ୍ଥାନରୁ କୃଷକ ମାନେ ସାମିଲ ହୋଇ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ କୃଷି ମାରଣା ନୀତି କୁ ବିରୋଧ କରିଥିଲେ।କୃଷକ ଙ୍କ ପ୍ରତି ସଦା ସର୍ବଦା ଉଭୟେ ସରକାର ଅଣଦେଖା କରୁଥିବା ଏକ ଦୁର୍ଭାଗ୍ୟ -କେବଳ ଚାଷୀ ଙ୍କୁ ନେଇ ରାଜନୀତି କରୁଥିବା ବେଳେ ଆଜିଯାଏ ଚାଷୀ ମାନସିକ ସ୍ତରରେ ଦୁର୍ବଳ ହୋଇପଡିଛି।ଚାଷୀ ପ୍ରତି ସରକାର ଯତ୍ନବାନ ହୋଇ ଦାବୀ ପୁରୁଣ ନ କଲେ ଆଗାମୀ ନିର୍ବାଚନ ରେ ଚାଷୀ ଉଚିତ ଜବାବ ଦେବ ବୋଲି ମଞ୍ଚସିନ କୃଷକମାନେ ନିଜ ଅଭିଭାଷଣ ରଖିଥିଲେ।ପରେ ଉପଜିଲ୍ଲାପାଳ ଙ୍କୁ କୃଷକ ସଙ୍ଗଠନ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଥିଲା।କାର୍ଯ୍ୟକ୍ରମରେ ସଂଯୁକ୍ତ କିଷାନ ମୋର୍ଚ୍ଚା ର କର୍ମକର୍ତ୍ତା- ନିରଞ୍ଜନ ପ୍ରଧାନ,ଉମେଶ ପଟ୍ଟଯୋଶୀ, ରତନ ନାଏକ,ଲକ୍ଷଣ ରଣବିର,ଦାମୋଦର ବେହେରା,ଦାମ ମୁଣ୍ଡ,ଲିଙ୍ଗରାଜ ଆଜାଦ,ଦେବେନ୍ଦ୍ର ପାତ୍ର, ସୁଧୀର ବାଗ,ଗଙ୍ଗାଧର ବେହେରା, ଲକ୍ଷଣ ଭୋଇ,ତୁଷାର ରଞ୍ଜନ ପଟ୍ଟଯୋଶୀ, ଡମ୍ବରୁ ଲହଜଳ ପ୍ରମୁଖ ଉପସ୍ଥିତ ରହିଥିଲେ।ଏଥିରେ ଧର୍ମଗଡ ଉପଖଣ୍ଡ ସମେତ ବିଭିନ୍ନ ଅଞ୍ଚଳ ରୁ ଶହ ଶହ କୃଷକ ସାମିଲ ରହିଥିବା ନଜର ରହିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ