Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓୟୁଜେ ସାମ୍ବାଦିକ ସଙ୍ଘ ଧର୍ମଗଡ଼ ଉପଖଣ୍ଡ ପକ୍ଷରୁ ଦାବିପତ୍ର।

କୋକସରା:୧୫/୦୩
ଓଡ଼ିଶା ସାମ୍ବାଦିକ ୟୁନିଅନ (ଓ ୟୁ ଜେ) ର ଆହ୍ଵାନ କ୍ରମେ ଆଜି ସାରା ଓଡ଼ିଶା ରେ ସାମ୍ବାଦିକ ମାନଙ୍କ ସୁରକ୍ଷା,ସାମାଜିକ ନିରାପତ୍ତା, ଓ ପେନସନ ଦାବି ରେ କଳା ବ୍ୟାଚ୍ ଧାରଣ ସହ ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ପ୍ରେଷ୍ଟିଜ,ପେନସନ୍ ଓ ସୁରକ୍ଷା ଦାବିକରି ଓୟୁଜେ ର ବିକ୍ଷୋଭ। ସରକାର ଭୋଟପାଇଁ ସବୁବର୍ଗ ପାଇଁ କିଛିନା କିଛି ସହାୟତା ପ୍ରଦାନ କରିଛନ୍ତି ।ହେଲେ ସାମ୍ବାଦିକ ମାନଙ୍କ ପାଇଁ ପାଇଁ କଣ ବ୍ୟବସ୍ଥା । ଏହାର ପ୍ରତିବାଦ ସ୍ବରୂପ ଆଜି ଓୟୁଜେ ଡାକରାରେ ଧର୍ମଗଡ ଉପଖଣ୍ଡ ର ସମସ୍ତ ସାମ୍ବାଦିକ ଏକ ପ୍ରତିବାଦ ଶୋଭାଯାତ୍ରାରେ ଆସି ସୁରକ୍ଷା,ପେନସନ୍ ଏବଂ ସମ୍ମାନ କୁ ନେଇ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସହ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଧର୍ମଗଡ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହ ସମସ୍ତ ସାମ୍ବାଦିକ କଳାବ୍ୟାଚ୍ ପରିଧାନ କରିବା ସହ ଆଜିର ଦିନକୁ ପ୍ରତିବାଦ ଦିବସ ଭାବରେ ପାଳନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ଓୟୁଜେ କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ ଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଙ୍ଗିତ ପଣ୍ଡା, ଜିଲ୍ଲା ସାଙ୍ଗଠାନିକ ସମ୍ପାଦକ ଅଂଶୁମାନ ପାତ୍ର, ବରିଷ୍ଠ ସାମ୍ବାଦିକ ଲକ୍ଷ୍ୟ ଜ୍ୟୋତି ଜାଲ, ବୈଦ୍ୟନାଥ ବେହେରା ,ହେମନ୍ତ ମାଝୀ,ଢଗ ନାଏକ,ସୌମ୍ୟ ଅଗସ୍ତି,ଉମେଶ ଦୁରିଆ,ବିଶ୍ୱ ରଞ୍ଜନ ପାତ୍ର,ସୋଭିତ ଗାନ୍ଧୀ,ସୁଭାଷ ବାଗ,ଚନ୍ଦ୍ର ଲହଜଳ ସମେତ ଶତାଧିକ ସାମ୍ବାଦିକ ମାନେ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ