ଜୟପାଟଣା ରେ ବିଜେଡି ଓ କଂଗ୍ରେସ ଦଳ।ପକ୍ଷରୁ ଶକ୍ତି ପ୍ରଦର୍ଶନ।।

କୋକସରା:୧୫/୦୩
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ରେ ଏବେଠାରୁ ରାଜନୀତି ସରଗରମ ହେଲାଣି।ଜୟପାଟଣା ଠାରେ ଉଭୟ କଂଗ୍ରେସ ଓ ବିଜେଡି ନିଜ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେବା ପରେ ନିଜର ସମର୍ଥକ ଙ୍କ ସହ ଗିତା ଭବନ ଠାରୁ ଏକ ଶୋଭଯାତ୍ରାରେ ବାହାରି ଜୟପାଟଣା ଦୂର୍ଗା ମନ୍ଦିର ପାଖ କୁ ପହଞ୍ଚି କେସି କ୍ଳବ୍ ପ୍ରାଙ୍ଗଣ ରେ ଏକ କର୍ମୀ ସମ୍ମିଳନୀ ଓ ମିଶ୍ରଣ ସଭା ସଭା ଅନୁଷ୍ଟିତ ହୋଇଥିଲା ।ଏଥିରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନି ପତିଙ୍କ ସହ ଅନେକ ଟାଣୁଆ କଂଗ୍ରେସ ନେତା ସାମିଲ ଥିବା ବେଳେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଦୀର୍ଘ ସମୟ ଧରି ସୁପ୍ତ ଅବସ୍ଥାରେ ଥିବା ବେଳେ ଶ୍ରୀ ମାଝୀ ଯୋଗଦାନ କରିବା ଦିନ ଠାରୁ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଅନେକ ସ୍ଥାନରେ ସଭା ସମିତି ଆୟୋଜନ ହେଉଛି।
ସେପଟେ ବିଜେଡି ମଧ୍ୟ ବାଦ୍ ପଡିନି । ଜୟପାଟଣା ଠାରେ ବିଜେଡିର ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଅଭିନାଶ ଠାକୁର, ଜିଲ୍ଲା।ଯୁବ କାର୍ଯ୍ୟକାରୀ ସଭାପତି ଆଦିତ୍ୟ ନନ୍ଦ ଓ ଜିଲ୍ଲାର ଅନେକ ବରିଷ୍ଠ କର୍ମକର୍ତ୍ତାଙ୍କ ନେତୃତ୍ବରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ମୁ ବି ହେବି ନବୀନ ଓଡିଶାର ସାରଥି କାର୍ଯ୍ୟକ୍ରମ କରି ଶହ ଶହ ସଂଖ୍ୟାରେ ଏକ ବାଇକ ରାଲି ହାତି ନଦୀ ବ୍ୟାରେଜ ଠାରୁ ଖଲିଆଭଟା ମଣ୍ଡି ଯାଏଁ ଯାତ୍ରା କରି ଏକ ସଭା ଆୟୋଜନ କରି ବିଜେଡି ଓ ନବୀନ ପଟ୍ଟନାୟକଙ୍କ ନାରାରେ ଅଞ୍ଚଳକୁ ପ୍ରକମ୍ପିତ ହୋଇଥିଲା l ଜୟପାଟଣା ବ୍ଲକ ସଭାପତି ମିନିକେତନ ପୁଝରୀ, ଯୁବସଭାପତି ଅମ୍ବୁଜ ଧଙ୍ଗଡ଼ାମାଝୀ, ପ୍ରଭୁଦୁଲାଳ ସିଂ,ଗିରିଶ୍ଚନ୍ଦ୍ର ମାଝୀ, ଚିନ୍ମୟ ରାଉତ, ପ୍ରଶାନ୍ତ ପଣ୍ଡା, ତୀର୍ଥରାଜ ମାଝୀ, ହିମାଞ୍ଚଳ ନାଏକ,ରାଜେନ୍ଦ୍ର ମାଝୀ, ଦୁଷ୍ମନ୍ତ କଳାର, ଖିରୋଦ ନେଗୀ, ଉମାଶଙ୍କର ନାଏକ, ସୂର୍ଯ୍ୟ ନାରାୟଣ ଅମାନତ୍ୟ, ପ୍ରେମ ସାଗର ନାଏକ,କପିଳେନ୍ଦ୍ର ବାଣୁଆ, କପିଳେନ୍ଦ୍ର ପୁଝାରି, ପ୍ରଦ୍ୟୁମ୍ନ ପଣ୍ଡା, ବେଲାଲ ସେନ ମାଝୀ, ଗୋପାଳ ସୁନା, ଷଷ୍ଟି ପଟେଲ,ନଟବର ହରିଜନ, ଗୌତ୍ତମ ରାଉତ,ଦେବେନ୍ଦ୍ର ଵାଣୁଆ, ରୁପେଶ ରାଉତ,ପ୍ରମୁଖ ପଞ୍ଚାୟତ ଯୁବ ସଭାପତି ଉପସ୍ଥିତ ଥିଲେ l