Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ପଞ୍ଚମୁଖୀ କାଳୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଠେଲକୋମୁଣ୍ଡା ଚାମ୍ପିଅନ୍

କୋକସରା:୧୬/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡ଼ାଗୁଡା ଗ୍ରାମ ପଞ୍ଚାୟତ ରଏନଗୁଡା ଠାରେ ଚାଲିଥିବା ମାଁ ପଞ୍ଚମୁଖୀ କାଲୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଦିନ ଫାଇନାଲ ଖେଳ ଅନୁଷ୍ଠିତ ହୋଇଛି। ଠେଲକୋମୁଣ୍ଡା ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରେ ୯ ୱିକେଟ୍ ବିନିମୟରେ ୯୫ ରନ୍ ସଂଗ୍ରହ କରିଥିଲା। ଜବାବରେ ରଏନଗୁଡା ଟିମ୍ ନିର୍ଦ୍ଧାରିତ ୧୦ ଓଭର ଖେଳି ୮ ୱିକେଟ୍ ବିନିମୟରେ ୮୬ ରନ୍ ସଂଗ୍ରହ କରିଥିଲେ। ତେବେ ୯ ରନରେ ଠେଲକୋମୁଣ୍ଡା ଟିମ୍ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛି।ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଘନଶ୍ୟାମ ଅଗ୍ରୱାଲ, ମୁଖ୍ୟବକ୍ତା ଭାବେ ବଡପୋଡାଗୁଡା ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ବିଡୁ ନାଏକ ଯୋଗଦେଇ ଥିଲେ। ସାମ୍ବାଦିକ ଗଣେଶ ଭାଟି ଦେବି ଚନ୍ଦ୍ର ନାଏକ,କମଲୁ ନାଏକ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଲାଲୀ ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତା ଟିମ୍ କୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ।ଟୁର୍ଣ୍ଣାମେଣ୍ଟର ମେନ୍ ଅଫ୍ ଦି ମ୍ୟାଚ୍ ଠେଲକୋମୁଣ୍ଡା ଟିମ୍ ର ପଙ୍କଜ କର ଓ ମେନ୍ ଅଫ୍ ଦି ସିରିଜ୍ ରଏନଗୁଡା କ୍ରିକେଟ ଟିମ୍ ହିମାଂଶୁ ଭାଟି,। ମ୍ୟାଚ୍ ରେ ଅମ୍ପିଆର ଭାବେ ସିତାରାମ କାଣ୍ଡ ଏବଂ ହେମନ୍ତ ନାଏକ ଖେଳ ପରିଚାଳନା କରିଥିଲେ। ସ୍କୋରର ପୁରୁଷୋସ୍ତମ ରାଉତ ରହିଥିବାବେଳେ ଖେଲର ଧାରାବିବରଣୀ ମନୋଜ ସୁନା ଓ ପିଣ୍ଟୁ ନାଗ ପ୍ରଦାନ କରିଥିଲେ। ଆୟୋଜକ ଅନୁଷ୍ଠାନର ଶେଷଦେବ ମାଝୀ, ହିମାଂଶୁ ଭାଟି, ଚନ୍ଦନ ଭାଟି, ଗାଙ୍ଗୁଲି ଭାଟି, ବୈଷ୍ଣବ ସୁନା, ମାନିକ୍ୟା ସୁନା, ପୁସ୍ତମ ଚଣ୍ଡି, ଗମ୍ଭୀର ନାଏକ,ସଞୟ ନାଏକ,ଗଗନ ପୁଝାରୀ, ଦେବେନ୍ଦ୍ର ନାଏକ, ଲକ୍ଷ୍ମୀକାନ୍ତ କାଣ୍ଡ,ରାଜୁ ନାଗ,ବିକି ରାଉତ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ