Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋତୋମୁଣ୍ଡା ରୁ ଦାହିମାଲ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ,ଦୁଇ ଜିଲ୍ଲା ମଧ୍ୟରେ ଯୋଡିବ ସମ୍ପର୍କ ର ସେତୁ।

କୋକସରା:୨୭/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ହେଉଛି ନବରଙ୍ଗପୁର ଜିଲ୍ଲା ର ପଡୋଶୀ ଅଞ୍ଚଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ରହିଛି ସାମାଜିକ, ଅର୍ଥନୈତିକ, ଭାଇଚାରା ର ସମ୍ପର୍କ, ଧର୍ମଗଡ଼ ଓ କୋକସରା ବ୍ଲକ ର ଦଣ୍ଡପାଟ ଅଞ୍ଚଳ ର ହଜାର ହଜାର ଜନସାଧାରଣ ଙ୍କ ନବରଙ୍ଗପୁର ଜିଲ୍ଲା ସହିତ ବନ୍ଧୁବାନ୍ଧବ ସମ୍ପର୍କ ରହିଛି। ଦୁଇ ଜିଲ୍ଲା ର ଜନସାଧାରଣ ମାନେ ଗମନାଗମନ ପାଇଁ ଡାହିମାଲ ଓ ଗୋତୋମୁଣ୍ଡା ମଧ୍ୟରେ ରାସ୍ତା ନିର୍ମାଣ ପାଇଁ ଦିର୍ଘ ବର୍ଷ ରୁ ଦୁଇ ଜିଲ୍ଲାର ପ୍ରଶାସନ ଓ ନିର୍ବାଚିତ ବିଧାୟକ ମନ୍ତ୍ରୀ ଙ୍କୁ ଦାବି କରି ଆସୁଥିଲେ। ତେବେ ଦୁଇ ଜିଲ୍ଲା କୁ ସଂଯୋଗ କରୁଥିବା ରାସ୍ତା ରେ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ରହିଥିବା କାରଣ ରୁ ରାସ୍ତା ନିର୍ମାଣ ରେ ବାଧକ ସାଜିଥିଲା ଜଙ୍ଗଲ ବିଭାଗ ର ଅନୁମୋଦନ।ଏନେଇ ଅଞ୍ଚଳବାସୀ ମାନେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ଼ ର ବିଧାୟକ ମୋୖଷଧି ବାଗ,ନବରଙ୍ଗପୁର ଜିଲ୍ଲା ଝରିଗା ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ,ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଙ୍କୁ ବାରମ୍ବାର ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଥିଲେ। ଏହାକୁ ନେଇ ଦୁଇ ଜିଲ୍ଲାର ନେତା ମାନେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ ସରକାର ଅଞ୍ଚଳବାସୀ ଙ୍କ ଗମନାଗମନ କୁ ପ୍ରାଧାନ୍ୟ ଦେଇ ନବରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଟକଲ ୭ କୋଟି ୫୧ ଲକ୍ଷ ୩୨ ହଜାର ୮୨୧ ଟଙ୍କା ବ୍ୟୟବରାଦ ରେ କାର୍ଯ୍ୟ ଆରମ୍ଭ ହୋଇଛି।ଶନିବାର ଗୋତୋମୁଣ୍ଡା ଠାରେ ସ୍ଥାନୀୟ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାସ୍ତା କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଅବସର ରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଦେଇଛନ୍ତି। କାର୍ଯ୍ୟକ୍ରମ ରେ ସାନ ପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମଗଡ଼ ବଳରାମ ପୁଝାରି, ଆଦିବାସୀ ଯୁବନେତା ଦଣ୍ଡପାଟ, ଭାବେଶ ଗଇନ୍ତା, ସମାଜସେବୀ ସୁରେଶ ସାହୁ, ପ୍ରଶାନ୍ତ ତିବାରି,ଈଶ୍ୱର ଅଗ୍ରୱାଲ, ହିମାଞ୍ଚଳ ପୁଝାରି,ବିନୋଦ ସିଂ,ପାର୍ଥବ ମାଝୀ,।ପୂର୍ଣ୍ଣଚନ୍ଦ୍ର ନାଏକ, ତୁଲାରାମ ଗୋପାଳ,ସୁବାସ ଖର୍ସେଲ ସମେତ ଅଞ୍ଚଳ ର ଶତାଧିକ ପୁରୁଷ ମହିଳା ଉପସ୍ଥିତ ରହି ଉପାନ୍ତ ଅଞ୍ଚଳ ରର ରାସ୍ତା ନିର୍ମାଣ କରି ଗମନାଗମନ ରେ ସୁବିଧା ଯୋଗାଇ ଦେଇ ଥିବାରୁ ରାଜ୍ୟ ସରକାର ଓ ସ୍ଥାନୀୟ ନେତୃବୃନ୍ଦ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ